Latest Odisha News

BREAKING NEWS

ଆସିଗଲା ଆରବିଆଇର ନୂଆ ତାଲିକା: ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରେ ଯଦି ଆପଣଙ୍କର ବ୍ୟାଙ୍କ ଶାଖାରେ କିଛି ଜରୁରୀ କାମ କରିବାର ଅଛି, ତେବେ ଏହି ଖବରଟି ଖାସ୍ ଆପଣଙ୍କ ପାଇଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ ପକ୍ଷରୁ ଅକ୍ଟୋବର ମାସର ବ୍ୟାଙ୍କ ଛୁଟି ତାଲିକା ଜାରି କରାଯାଇଛି । ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ଏଥର ବିଭିନ୍ନ ରାଜ୍ୟରେ ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେଣୁ ହଇରାଣ ନହେବା ପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଏହି ତାଲିକା ଉପରେ ନଜର ପକାଇ ନେବା ଗ୍ରାହକମାନଙ୍କ ପାଇଁ ଜରୁରୀ ।

ଏହି ୧୬ ଦିନିଆ ଛୁଟି ତାଲିକାରେ ଜାତୀୟ ଛୁଟି, ବିଭିନ୍ନ ରାଜ୍ୟର ଆଞ୍ଚଳିକ ପର୍ବପର୍ବାଣୀ ଏବଂ ଶନିବାର ଓ ରବିବାରର ନିୟମିତ ଛୁଟି ଅନ୍ତର୍ଭୁକ୍ତ ରହିଛି। ବିଶେଷ କଥା ହେଉଛି, ଚଳିତ ଅକ୍ଟୋବର ମାସରେ ପଡ଼ୁଥିବା ୫ଟି ଶନିବାର ମଧ୍ୟରୁ ୪ଟି ଶନିବାର ବ୍ୟାଙ୍କ ବନ୍ଦ ରହିବ। ନିୟମ ଅନୁଯାୟୀ ଦ୍ୱିତୀୟ ଓ ଚତୁର୍ଥ ଶନିବାର ନିୟମିତ ଛୁଟି ଥିବା ବେଳେ ଅନ୍ୟ ଦୁଇଟି ଶନିବାର ପୂଜା ଉତ୍ସବ ପାଇଁ ବନ୍ଦ ରହିବ ।

ଜାଣନ୍ତୁ କେବେ ଓ କେଉଁଠି ବନ୍ଦ ରହିବ ବ୍ୟାଙ୍କ: ଅକ୍ଟୋବର ମାସର ଛୁଟି ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହେବ ।

  • ୨ ଅକ୍ଟୋବର: ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସାରା ଦେଶରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ, କାରଣ ଏହା ଏକ ଜାତୀୟ ଛୁଟି ।
  • ୪, ୧୧, ୧୮ ଓ ୨୫ ଅକ୍ଟୋବର: ରବିବାର ପଡ଼ୁଥିବାରୁ ଏହି ୪ ଦିନ ସମସ୍ତ ବ୍ୟାଙ୍କ ଶାଖା ବନ୍ଦ ରହିବ ।
  • ୧୦ ଓ ୨୪ ଅକ୍ଟୋବର: ଯଥାକ୍ରମେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ହୋଇଥିବାରୁ ଜାତୀୟ ସ୍ତରରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଛୁଟି ରହିବ ।
  • ୧୯ ଓ ୨୦ ଅକ୍ଟୋବର: ମହାଷ୍ଟମୀ, ମହାନବମୀ ଏବଂ ବିଜୟାଦଶମୀ ପାଇଁ ଓଡ଼ିଶା ସମେତ ତ୍ରିପୁରା, ଆସାମ, ତାମିଲନାଡୁ ଓ ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
  • ଅନ୍ୟାନ୍ୟ ଆଞ୍ଚଳିକ ଛୁଟି: ଏହା ବ୍ୟତୀତ ଅକ୍ଟୋବର ୧୭ରେ ତ୍ରିପୁରାରେ ମହାସପ୍ତମୀ, ଅକ୍ଟୋବର ୨୧, ୨୨ ଓ ୨୩ ତାରିଖରେ ସିକ୍କିମ୍ ଓ ଅନ୍ୟ କିଛି ରାଜ୍ୟରେ ଦୁର୍ଗାପୂଜା ପାଇଁ ଛୁଟି ରହିବ। ସେହିପରି ଅକ୍ଟୋବର ୨୬ରେ ଜମ୍ମୁ-କାଶ୍ମୀରରେ ଏବଂ ଅକ୍ଟୋବର ୩୧ ତାରିଖରେ ଗୁଜରାଟରେ ବ୍ୟାଙ୍କ ବନ୍ଦ ରହିବାର କାର୍ଯ୍ୟକ୍ରମ ରହିଛି ।

ଡିଜିଟାଲ୍ ସେବା ଉପରେ କୌଣସି ପ୍ରଭାବ ନାହିଁ: ଏତେ ଦିନ ଧରି ବ୍ୟାଙ୍କ ବନ୍ଦ ରହୁଥିଲେ ମଧ୍ୟ ସାଧାରଣ ଗ୍ରାହକମାନେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି ଯେ, ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ସମ୍ପୂର୍ଣ୍ଣ ସ୍ୱାଭାବିକ ରହିବ । ଗ୍ରାହକମାନେ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ଆପ୍, ୟୁପିଆଇ ଏବଂ ଏଟିଏମ୍ ମାଧ୍ୟମରେ ନିଜର କାରବାର ଅତି ସହଜରେ କରିପାରିବେ । ଛୁଟି ଦିନଗୁଡ଼ିକରେ ଅନ୍‌ଲାଇନ୍‌ରେ ଟଙ୍କା ପଠାଇବା କିମ୍ବା ବିଲ୍ ପେମେଣ୍ଟ କରିବାରେ କୌଣସି ବାଧା ଉପୁଜିବ ନାହିଁ । ତଥାପି, ଚେକ୍ କ୍ଲିୟରାନ୍ସ କିମ୍ବା ଶାଖାରେ କୌଣସି ପ୍ରମାଣପତ୍ର ଜନିତ କାମ ଥିଲେ ଛୁଟି ଦିନକୁ ବାଦ୍ ଦେଇ ବ୍ୟାଙ୍କ ଯିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.