Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆ ପୂର୍ବରୁ ଭାରତୀୟ ଦଳରେ ଦୁଇଟି ପ୍ରମୁଖ ପରିବର୍ତ୍ତନ କରାଯାଇଛି । ଆହତ ସମସ୍ୟା ଯୋଗୁଁ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଦିନିକିଆ ଦଳରୁ ବାଦ୍ ପଡ଼ିଥିବା ବେଳେ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଟି୨୦ ଦଳରୁ ବିଶ୍ରାମ ଦିଆଯାଇଛି ।  ଗୁଆହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ବୋଲିଂ କରିବା ସମୟରେ ପ୍ରସିଦ୍ଧଙ୍କ ବାମ ଗୋଡ଼  ଆଘାତପ୍ରାପ୍ତ ହୋଇଥିଲା । ସେ ମାତ୍ର ୫ ଓଭର ବୋଲିଂ କରିପାରିଥିଲେ । ପ୍ରସିଦ୍ଧଙ୍କ ବଦଳରେ ଯୁବ ଦ୍ରୁତ ବୋଲର ଅଂଶୁଲ କାମ୍ବୋଜଙ୍କୁ ୩ୟ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି । କାମ୍ବୋଜ୍ ଇଣ୍ଡିଆ ଏ ପକ୍ଷରୁ ଅଷ୍ଟ୍ରେଲିଆ ଏ  ବିପକ୍ଷରେ ଖେଳୁଥିବା ମ୍ୟାଚ୍‌ରୁ ସିଧାସଳଖ ଚଣ୍ଡୀଗଡ଼ରେ ଦଳ ସହ ଯୋଗଦେବେ ।

ଅକ୍ଟୋବର ୬ ରୁ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟି୨୦ ସିରିଜ୍‌ରୁ ୱାଶିଂଟନ୍ ସୁନ୍ଦରଙ୍କୁ ବିଶ୍ରାମ ଦିଆଯାଇଛି ।  ଅକ୍ଟୋବର ୧୧ ରୁ ରଣଜୀ ଟ୍ରଫି ଆରମ୍ଭ ହେଉଥିବାରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପାଇଁ ସେ ନିଜ ରାଜ୍ୟ ଦଳ ପକ୍ଷରୁ ରେଡ୍-ବଲ୍ କ୍ରିକେଟ୍ ଖେଳି ପ୍ରସ୍ତୁତ ହେବେ ।ଟି୨୦ ଦଳରେ ୱାଶିଂଟନ୍ ସୁନ୍ଦରଙ୍କ ବଦଳରେ ନମନ ଧୀରଙ୍କୁ ସାମିଲ କରାଯାଇଛି ।

ପରିବର୍ତ୍ତିତ ଦିନିକିଆ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ରାହୁଲ ତ୍ରିପାଠୀ/ରୁତୁରାଜ ଗାଏକ୍ୱାଡ, କେ.ଏଲ୍. ରାହୁଲ (ଉପ-ଅଧିନାୟକ/ୱିକେଟକିପର), ଧ୍ରୁବ ଜୁରେଲ, ନିତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଗୁରନୂର ବ୍ରାର, ମହମ୍ମଦ ସିରାଜ, ଆକିବ ନବୀ, ଯଶସ୍ୱୀ ଜୈସୱାଲ, ନମନ ଧୀର, ଅଂଶୁଲ କାମ୍ବୋଜ।

ପରିବର୍ତ୍ତିତ ଟି୨୦ ଦଳ: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର‌୍ୟ୍ୟବଂଶୀ, ଇଶାନ କିଷାନ, ସଞ୍ଜୁ ସାମସନ, ତିଳକ ବର୍ମା (ଉପ-ଅଧିନାୟକ), ଶିବମ ଦୁବେ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ନିତୀଶ କୁମାର ରେଡ୍ଡୀ, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ନମନ ଧୀର।

 

Leave A Reply

Your email address will not be published.