Latest Odisha News

BREAKING NEWS

ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍

ମୁମ୍ବାଇ: ୨୦୨୭ ଅକ୍ଟୋବର ୭ରେ ଅଷ୍ଟ୍ରେଲିଆ ବିପକ୍ଷରୁ ଭାରତର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଏବଂ ଅକ୍ଟୋବର ୧୦ରେ ହାଇଭୋଲ୍ଟେଜ୍ ଭାରତ-ପାକିସ୍ତାନ ମହାମୁକାବିଲା ।ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ବହୁପ୍ରତୀକ୍ଷିତ ୨୦୨୭ ପୁରୁଷ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ମିଳିତ ଆୟୋଜନରେ ଖେଳାଯିବାକୁ ଥିବା ଏହି ମେଗା ଟୁର୍ନାମେଣ୍ଟରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୭ ତାରିଖରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ। ଏହି ହାଇଭୋଲ୍ଟେଜ୍ ଓପନିଂ ମ୍ୟାଚ୍ କେପ୍ ଟାଉନ୍‌ରେ ଅନୁଷ୍ଠିତ ହେବ।

ବିଶ୍ୱକପ୍‌ର ସବୁଠାରୁ ଆକର୍ଷଣୀୟ ତଥା ମହାମୁକାବିଲା ଅକ୍ଟୋବର ୧୦ ତାରିଖରେ ଖେଳାଯିବ। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍ ଜୋହାନ୍ସବର୍ଗର ଓ୍ୱାଣ୍ଡରର୍ସ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ଆଫଗାନିସ୍ତାନ, ଜିମ୍ବାୱେ ଏବଂ ଜଣେ କ୍ୱାଲିଫାୟର୍‌ଙ୍କୁ ନେଇ ଗ୍ରୁପ୍-ଏ ଗଠନ କରାଯାଇଛି।

ଭାରତର ଗ୍ରୁପ୍ ପର୍ଯ୍ୟାୟ ସୂଚୀ:

ଅକ୍ଟୋବର ୭: ଭାରତ ବନାମ ଅଷ୍ଟ୍ରେଲିଆ (କେପ୍ ଟାଉନ୍)

ଅକ୍ଟୋବର ୧୦: ଭାରତ ବନାମ ପାକିସ୍ତାନ (ଜୋହାନ୍ସବର୍ଗ)

ଅକ୍ଟୋବର ୧୪: ଭାରତ ବନାମ ଆଫଗାନିସ୍ତାନ

ଅକ୍ଟୋବର ୧୭: ଭାରତ ବନାମ କ୍ୱାଲିଫାୟର୍ ଏ (ବ୍ଲୋମଫୋଣ୍ଟେନ୍)

ଅକ୍ଟୋବର ୨୪: ଭାରତ ବନାମ ଜିମ୍ବାୱେ ( ଭିକ୍ଟୋରିଆ ଫଲ୍ସ)

ଏଥର ୧୪ଟି ଦଳକୁ ନେଇ ନୂଆ ଫର୍ମାଟ୍‌ରେ ବିଶ୍ୱକପ୍ ଖେଳାଯିବ। ଗ୍ରୁପ୍ ପର୍ଯ୍ୟାୟ ପରେ ଶ୍ରେଷ୍ଠ ଦଳଗୁଡ଼ିକ ‘ସୁପର ୭’ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନଭେମ୍ବର ୧୭ ଓ ୧୮ରେ ସେମିଫାଇନାଲ ଖେଳାଯିବାକୁ ଥିବାବେଳେ, ନଭେମ୍ବର ୨୧ ତାରିଖରେ ଜୋହାନ୍ସବର୍ଗରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।

ଏହି ବହୁପ୍ରତୀକ୍ଷିତ ଖେଳ ସୂଚୀ ର ଘୋଷଣା ପରେ ସାରା ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ବିଶେଷ କରି ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଏବେଠାରୁ ପ୍ରଶଂସକଙ୍କ ମଧ୍ୟରେ ଗ୍ରାହକୀୟ ଆଗ୍ରହ ବୃଦ୍ଧି ପାଇଲାଣି। ଆଫ୍ରିକୀୟ ମାଟିରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ଭାରତୀୟ ଦଳର ଚିତ୍ତାକର୍ଷକ ପ୍ରଦର୍ଶନ ଏବଂ ଟାଇଟଲ୍ ଜିତିବାର ଦୃଢ଼ ଦାବିଦାରୀ ନେଇ ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.