ବ୍ୟୁରୋ: ଦେଶ ଦେଖିଛି ଏମିତ ଏକ ମହାମାରୀ ଯାହା ଜୀବନ ଜିଇଁବାକୁ ତୁଛ କରିଦେଇଛି । କେତେ ମାନସିକ ଓ ଶାରିରୀକ ଭାବେ ଦୃଢ ଥିବା ଲୋକଙ୍କ ଜୀବନ ନେଇଥିଲା କରୋନା ଭାଇରସ୍ । ତାପରେ ଏବେ ଲୋକ ଅଂଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛନ୍ତି ସତ ହେଲେ କେବେ କେଉଁ ରୋଗରେ ଯେ କିଏ ମୃତ୍ୟୁବରଣ କରୁଛି ତାହା ଭାବିବା କଷ୍ଟ । ସେହିପରି ଏକ ରୋଗ ହେଉଛି ସିଙ୍ଗଲ୍ସ । ଦେହ କୁଣ୍ଡେଇ ହୋଇ ନାଲି ପଡିଯାଉଛି କିମ୍ବା ଯନ୍ତ୍ରଣାଦାୟକ ଓ ଅସ୍ୱାଭାବିକ ଫୋଟକା ହେଉଛିା ତେବେ ତାକୁ ଅଣଦେଖା କରନ୍ତୁ ନାହିଁ । ଡେରି ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାରଣ ଏହି ସାମାନ୍ୟ କୁଣ୍ଡେଇ ହେବା ଆପଣଂକୁ ମାରାତ୍ମକ ରୋଗରେ ପକାଇ ପାରେ । ଆଜ୍ଞା ହଁ, ଏହା ସିଧାସଳଖ ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କକୁ ପ୍ରଭାବିତ କରିପାରେ । ତାପୂର୍ବରୁ ଜାଣିବାକୁ ପଡିବ ସିଙ୍ଗଲ୍ସ କଣ । ସିଙ୍ଗଲ୍ସ ହେଉଛି ଏକ ଯନ୍ତ୍ରଣାଦାୟକ ଭାଇରାଲ୍ ସଂକ୍ରମଣ ଯାହା ଆପଣଙ୍କ ସ୍ନାୟୁ ଟିସୁରେ ସଂରକ୍ଷିତ ଚିକେନପକ୍ସ ଭାଇରସ ପୁନଃ ସକ୍ରିୟ ହୋଇ ଚର୍ମରେ କୁଣ୍ଡେଇ ହେବା ସହ ଫୋଟକା ହୋଇଯାଏ । ଆପଣ ଚିକେନପକ୍ସରୁ ସୁସ୍ଥ ହେବା ପରେ ଭାଇରସ୍ ଆପଣଙ୍କ ସ୍ନାୟୁରେ ଚୁପଚାପ ରହିଥାଏ । ବର୍ଷ ବର୍ଷ ପରେ ଏହା ଜାଗ୍ରତ ହୋଇପାରେ । ଆପଣଙ୍କ ଚର୍ମକୁ ସ୍ନାୟୁ ପଥ ଦେଇ ଯାତ୍ରା କରିପାରେ । ଏବଂ ଏକ ଯନ୍ତ୍ରଣାଦାୟକ ଫୋଟକା ସୃଷ୍ଟି କରିପାରେ । ଅଧ୍ୟୟନ କହୁଛି ସିଙ୍ଗଲ୍ସ ସଂକ୍ରମଣ ପରେ ବ୍ରେନ୍ଷ୍ଟ୍ରୋକ୍ ଏବଂ ହୃଦଘାତର ଅଧିକ ବିପଦ ରହିଛି । ଗବେଷକ ମାନେ ଏହାକୁ ଏକ ଭାଇରାଲ୍ ଭାବେ ପରୀକ୍ଷା କରୁଛନ୍ତି । ଯାହା ବେଶ ଯନ୍ତ୍ରଣାଦାୟକ ଫୋଟକା ଏବଂ ସ୍ଥାୟୀ ସ୍ନାୟୁ ଯନ୍ତ୍ରଣା ଆଣିଥାଏ । ଚର୍ମ ଓ ସ୍ନାୟୁ ବାହାରକୁ ଯାଇପାରେ । ଏହା ଷ୍ଟ୍ରୋକ୍ ସହ ଅନ୍ୟାନ୍ୟ ରକ୍ତବାହୀ ରୋଗର ବିପଦ ସୃଷ୍ଟି କରେ । ହୃଦଘାତ ପାଇଁ ସିଙ୍ଗଲ୍ସରୁ ମିଳିଥିବା ପ୍ରମାଣ ସବୁଠୁ ଶକ୍ତିଶାଳୀ ବୋଲି କୁହନ୍ତି ଗବେଷକ । ଏହାର ଲକ୍ଷଣ ହେଉଛି ପ୍ରଥମେ ନାଲି ପଡିବା ଫୋଟକା ପରେ ଜଳାପୋଡା ହେବା, କୁଣ୍ଡେଇ ହେବା ପରି ସ୍ଥିତି ଦେଖାଯିବ । ଶରୀରର ଗୋଟେ ପଟରେ ଏସବୁ ଦେଖାଦିଏ । ଏହା ହେଲେ ଜର, ମୁଣ୍ଡବିନ୍ଧା, ଥଣ୍ଡା ଲାଗିବା ଏବଂ ଅତ୍ୟଧିକ ହାଲିଆ ଲାଗିବ । ୭ରୁ ୧୦ଦିନ ମଧ୍ୟରେ ଦେହ ସୁସ୍ଥ ହୋଇଗଲେ ବି ଦେହରୁ ଦାଗ ୟିବାକୁ ୨ରୁ ୪ ସପ୍ତାହ ଲାଗିୟାଏ । ୫୦ ବର୍ଷ ପରେ ଏହି ଲ କ୍ଷଣ ଦେକାଦେଲେ ବା ଏହି ରୋଗ ହେଲେ ଜୀବନ ପ୍ରତି ବିପଦ ରହିଛି । ପୂର୍ବରୁ ଚିକେନ ପକ୍ସ ହୋଇନଥିଲେ ସିଙ୍ଗଲ୍ସ ହେବ ନାହିଁ । କାରଣ ଚିକେନ ପକ୍ସ ଭୂତାଣୁ ସିଙ୍ଗଲ୍ସକୁ ଜନ୍ମ ଦିଏ । ଏହାଦ୍ୱାରା ରୋଗପ୍ରତିରୋଧକ ଶକ୍ତି କମିଯାଏ , ଚିନ୍ତା ଓ ସମୟ ସମୟରେ ଉତେଜିତ ହେବା ପରି ଲକ୍ଷଣ ଆସେ । ଏହାଦ୍ୱାରା ହେଉଥିବା ଶୀରା ପ୍ରସିରାରେ ଦରଜ ମେଡିସିନ ଦ୍ୱାରା କମିଯିବ । କିନ୍ତୁ ୭୨ ଘଂଟା ମଧ୍ୟରେ ଚିକିତ୍ସା ଆରମ୍ଭ କରିବା ଜରୁରୀ । ସିଙ୍ଗଲ୍ସର ନିରାକରଣ ପାଇଁ ୨ଟି ଡୋଜ୍ ଭ୍ୟାକ୍ସିନ ମଧ୍ୟ ରହିଛି । ଯାହା ରୋଗ ଭଲ କରିଥାଏ । ତେଣୁ ସତକ ର୍ ରୁହନ୍ତୁ ଏବଂ ସ୍ୱାସ୍ଥ୍ୟର ନିଅନ୍ତୁ ।
BREAKING NEWS
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…
- ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ
- Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍
- ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ
- ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଲେ, ବର୍ଷକ ପରେ ପିତାଙ୍କୁ:ଏବେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଜିତି ରଚିଲେ ଇତିହାସ
