ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଭାରତୀୟ ଦଳ ଏକ ଅଭୂତପୂର୍ବ ରେକର୍ଡ ନିଜ ନାମରେ କରିଛି । ଏହି ସିରିଜରେ ଭାରତୀୟ ବ୍ୟାଟରମାନେ ମୋଟ ୪୫ଟି ଛକା ମାରିଛନ୍ତି, ଯାହାକି ୩ ମ୍ୟାଚ ସିରିଜରେ କୌଣସି ବି ଦଳ ଦ୍ୱାରା ମରାଯାଇଥିବା ସର୍ବାଧିକ ଛକା । ଭାରତୀୟ ଟିମ୍ ଇଂଲଣ୍ଡର ୫ ବର୍ଷ ପୁରୁଣା ରେକର୍ଡକୁ ଭାଙ୍ଗି ବିଶ୍ୱ ରେକର୍ଡ ଗଢ଼ିଛି । ଏହାପୂର୍ବରୁ ୨୦୨୧ ମସିହାରେ ଇଂଲଣ୍ଡ ଦଳ ଭାରତ ମାଟିରେ ଭାରତ ବିପକ୍ଷ ୩ ମ୍ୟାଚ୍ ସିରିଜରେ ମୋଟ ୩୭ଟି ଛକା ମାରି ଏହି ରେକର୍ଡ ନିଜ ନାମରେ ରଖିଥିଲା । ୩ ଅକ୍ଟୋବର ୨୦୨୬ରେ ଭାରତ ଏହି ରେକର୍ଡକୁ ନିଜ ନାମରେ କରିନେଇଛି ।
୩ ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଗୋଟିଏ ଦଳ ଦ୍ୱାରା ସର୍ବାଧିକ ଛକା: ଭାରତ – ୪୫ ଛକା (ବିପକ୍ଷ: ୱେଷ୍ଟଇଣ୍ଡିଜ୍, ଭାରତରେ, ୨୦୨୬), ଇଂଲଣ୍ଡ – ୩୭ ଛକା (ବିପକ୍ଷ: ଭାରତ, ଭାରତରେ, ୨୦୨୧) ।
ଓଭରଅଲ ଦ୍ୱିପାକ୍ଷିକ ସିରିଜରେ (ସବୁ ସିରିଜ୍କୁ ମିଶାଇ) ସର୍ବାଧିକ ଛକା: ୧. ଅଷ୍ଟ୍ରେଲିଆ – ୬୬ ଛକା (ବିପକ୍ଷ: ଭାରତ, ୨୦୧୩ – ୬ ମ୍ୟାଚ୍), ୨. ୱେଷ୍ଟଇଣ୍ଡିଜ୍ – ୬୬ ଛକା (ବିପକ୍ଷ: ଇଂଲଣ୍ଡ, ୨୦୧୯ – ୫ ମ୍ୟାଚ୍), ୩. ଦକ୍ଷିଣ ଆଫ୍ରିକା – ୫୫ ଛକା (ବିପକ୍ଷ: ଅଷ୍ଟ୍ରେଲିଆ, ୨୦୨୩ – ୫ ମ୍ୟାଚ୍), ୪. ଇଂଲଣ୍ଡ – ୪୫ ଛକା (ବିପକ୍ଷ: ପାକିସ୍ତାନ, ୨୦୧୯ – ୫ ମ୍ୟାଚ୍), ୫. ଭାରତ – ୪୫ ଛକା (ବିପକ୍ଷ: ୱେଷ୍ଟଇଣ୍ଡିଜ୍, ୨୦୨୬ – ମାତ୍ର ୩ ମ୍ୟାଚ୍) ।

