Latest Odisha News

BREAKING NEWS

ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍

ଭୁବନେଶ୍ୱର: ରାୟଗଡା ସଦର ବ୍ଲକ ଗୁମ୍ମା ଘାଟି ନିକଟରେ ପୁଣି ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ଦୁଇଟି ମାଲ୍ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାରୁ କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟତ ଠପ୍ ହୋଇପଡ଼ିଛି। ୩୨୬ ନମ୍ବର ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଗାଡି ଅଟକି ରହିଛି। ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବିଳମ୍ବିତ ରାତିରେ ଏକ ମାଲ୍ ବୋଝେଇ ଟ୍ରକ୍ ଫୁଲକଣା ନିକଟ ଶେଷ ବୁଲାଣିରେ ଓଲଟି ପଡ଼ିଥିବା ବେଳେ ଅନ୍ୟ ଟ୍ରକ୍‌ଟି ଗୁମା ଘାଟିର ୩ ନମ୍ବର ବୁଲାଣି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

ଏହି ଘଟଣା କାରଣରୁ ଯାତ୍ରୀମାନେ ରାତି ତମାମ ଜାତୀୟ ରାଜପଥରେ ଫସି ରହିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଏହା ସହ କାଶୀପୁର-ରାୟଗଡ଼ା ମୁଖ୍ୟ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି।

 

Leave A Reply

Your email address will not be published.