Latest Odisha News

BREAKING NEWS

୩୯ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ଧାରାବାହିକ ରାମାୟଣର ରାମ-ସୀତା

ମୁମ୍ବାଇ: ଭାରତୀୟ ଟିଭି ଇତିହାସର ଲୋକପ୍ରିୟ ସିରିୟଲ ରାମାୟଣରେ ଅରୁଣ ଗୋଭିଲ ଶ୍ରୀରାମ ଏବଂ ଦୀପିକା ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଆଜି ବି ସେମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନରେ ଘର କରି ରହିଛି । ଏହି ଯୋଡି ପୂନର୍ବାର ଏକତ୍ର ଅଭିନୟ କରିଛନ୍ତି । ନୋଟିସ ନାମକ ଏହି ଫିଲ୍ମ ନଭେମ୍ବର ୬ରେ ମୁକ୍ତିଲାଭ କରିବ ।  ଟିଭିର ଲୋକପ୍ରିୟ ଧାରାବାହିକ ରାମାୟଣ ରେ ଭଗବାନ ରାମ ଓ ମାତା ସୀତାଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅରୁଣ ଏବଂ ଦୀପିକା ପୁଣି ଥରେ ଏକାଠି ପରଦାକୁ ଫେରୁଛନ୍ତି । ୬ ନଭେମ୍ବର ଏହି ଫିଲ୍ମଟି ସିନେମାହଲରେ ରିଲିଜ୍ ହେବ ନାହିଁ ।

ଓଟିଟି ପ୍ଲାଟଫର୍ମ ୱେଭସରେ ଏହାର ପ୍ରିମିୟର ହେବ । ଯାହା ପରେ ୩୬ଟି ସାଟେଲାଇଟ୍ ଟିଭି ଚ୍ୟାନେଲ୍‌ରେ ଦେଖାଯିବ । ଫିଲ୍ମଟି ଏକ ସାମାଜିକ ବିଷୟବସ୍ତୁ ଏବଂ ଗ୍ରାମୀଣ ପୃଷ୍ଠଭୂମି ଉପରେ ଆଧାରିତ। ଏକ ୧୫୦ ବର୍ଷ ପୁରୁଣା ଦୋକାନକୁ ବଞ୍ଚାଇବା ପାଇଁ ଜଣେ ସାଧାରଣ ମଣିଷର ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥା ବିରୋଧରେ ସଂଗ୍ରାମକୁ ଏଥିରେ ଦେଖାଯାଇଛି । ଅରୁଣ  ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଦୀପିକା ତାଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି । ପ୍ରଦୀପ ଗୁପ୍ତା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.