Latest Odisha News

BREAKING NEWS

ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଗିରଫ…

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଆଜି ତାଙ୍କୁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବ।

ଶୁକ୍ରବାର ଦିଲ୍ଲୀର କନଟ୍ ପ୍ଲେସରେ ତ୍ରିରଙ୍ଗା ମାର୍ଚ୍ଚ ପୂର୍ବରୁ ଦୀପକେଙ୍କୁ ଅଟକ ରଖାଯାଇଥିଲା। ଭାରତୀୟ ନ୍ୟାୟ ସଂହିତାର ଧାରା ୧୨୬ ଓ ୧୨୭ ଅନୁସାରେ ଦୀପକେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ କହିଛି। କନୌଟ ପ୍ଲେସରେ ଥିବା କେନ୍ଦ୍ରୀୟ ପାର୍କକୁ ନ ଯିବା ପାଇଁ ଦୀପକେଙ୍କୁ ୨ ଥର ପୁଲିସ୍ ନୋଟିସ କରିଥିଲା। ହେଲେ ସେ ଏହାକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ କରାଯାଇଛି।

ଏପଟେ ସିଜେପି ଅଭିଯୋଗ କରିଛି ଯେ ଦୀପକେଙ୍କୁ ପୋଲିସ୍ ଏବେ ଅଜଣା ସ୍ଥାନରେ ଲୁଚାଇ ରଖିଛି। ଦଳ ତାଙ୍କ ସହ ଯୋଗାଯୋଗ କରିପାରୁ ନାହିଁ। ଦୀପକେଙ୍କୁ ତାଙ୍କ ଓକିଲମାନଙ୍କ ସହ ମଧ୍ୟ ଭେଟିବାକୁ ପୋଲିସ୍ ଦେଉନାହିଁ କହିଛି ସିଜେପି । ହେଲେ ଏ ସମ୍ପର୍କରେ ଦିଲ୍ଲୀ ପୋଲିସ୍ ନିଜ ପ୍ରତିକ୍ରିୟା ରଖିନାହିଁ । ଏଆଇଏସ୍‌ଏ ନେତ୍ରୀ ନେହା ବୋରାଙ୍କୁ ମଧ୍ୟ ପୋଲିସ ଉଠାଇ ନେଇଥିଲା । ଏଥିସହ ୧୫୦ରୁ ଅଧିକ ଆନ୍ଦୋଳନକରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି।

ଗତ ୬ ଦିନ ଭିତରେ ଅଭିଜିତଙ୍କୁ ଦ୍ୱିତୀୟଥର ପାଇଁ ପୋଲିସ ନିଜ ହେପାଜତକୁ ନେଇଛି। ଏହା ପୂର୍ବରୁ ଗତ ଅକ୍ଟୋବର ୧୦ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଆନ୍ଦୋଳନ ବେଳେ ପୋଲିସ ଦୀପକେଙ୍କୁ ଉଠାଇ ନେଇଥିଲା ।

ଦୀପକେଙ୍କୁ ପୋଲିସ ଉଠାଇବା ପୂର୍ବରୁ ସେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି କହିଥିଲେ ଯେ, ୭-୮ ଜଣ ପୋଲିସ ଆସିଥିଲେ । କହିଥିଲେ ଆପଣ ଲୋକଙ୍କୁ ଆନ୍ଦୋଳନ କରିବା ଲାଗି ଉସୁକାଉଛନ୍ତି। ଆପଣ ତ୍ରିରଙ୍ଗା ଯାତ୍ରାରେ ଯାଇପାରିବେ ନାହିଁ । ନିଜ ଦେଶରେ ତ୍ରିରଙ୍ଗା ଯାତ୍ରାକୁ ରୋକାଯାଉଛି ବୋଲି ଅଭିଜିତ୍ କହିଛନ୍ତି।

ଜନ୍ତରମନ୍ତରରେ ନିଷେଧାଦେଶ ଉଲ୍ଲଂଘନ କରି ଆନ୍ଦୋଳନ କରୁଥିବା ଅଭିଯୋଗରେ ବୁଧବାର ସିଜେପି କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲା। ଏହାର ପ୍ରତିବାଦରେ ଶୁକ୍ରବାର ସିଜେପି କନ୍ନଟ ପ୍ଲେସର ସେଣ୍ଟ୍ରାଲ ପାର୍କରେ ତ୍ରିରଙ୍ଗ ଯାତ୍ରାର ଡ଼ାକରା ଦେଇଥିଲେ ।

Leave A Reply

Your email address will not be published.