Latest Odisha News

BREAKING NEWS

ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ମଙ୍ଗଳବାର ଦିନ ଡାଇରେକ୍ଟୋରେଟ୍ ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ (DRI) ଅଧିକାରୀମାନେ ପ୍ରାୟ ୩ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛନ୍ତି।

ଏହି ଜବତ ଘଟଣା ପରେ,ବ୍ୟାଙ୍କକରୁ ଆସିଥିବା ତିନି ଜଣ ଯାତ୍ରୀଙ୍କୁ ନିଶା ଦ୍ରବ୍ୟ ଚୋରା ଚାଲାଣ କରିବା ସନ୍ଦେହରେ ଅଟକ ରଖାଯାଇଛି।

ସୂତ୍ର ଅନୁସାରେ, ଉକ୍ତ ଯାତ୍ରୀମାନେ ଭୋର ପ୍ରାୟ ୫ଟା ୩୦ ମିନି ସମୟରେ ଇଣ୍ଡିଗୋ ବିମାନ ଯୋଗେ ବ୍ୟାଙ୍କକରୁ ଭୁବନେଶ୍ୱରରେ ପହଞ୍ଚିଥିଲେ। ଅଭିଯୋଗ ଅନୁଯାୟୀ, ଏହି ନିଷିଦ୍ଧ ସାମଗ୍ରୀଗୁଡ଼ିକୁ ଖାଦ୍ୟ ଓ ଚକୋଲେଟ୍ ପ୍ୟାକେଟ୍ ଏବଂ ଲଗେଜ୍ ବ୍ୟାଗ୍ ଭିତରେ ଲୁଚାଇ ଅଣାଯାଉଥିଲା।

ଅପରପକ୍ଷରେ ସନ୍ଦେହ କରାଯାଉଛି ଯେ, ଏହି ନିଷିଦ୍ଧ ସାମଗ୍ରୀକୁ ଭୁବନେଶ୍ୱରରୁ ସଡ଼କ ପଥରେ କୋଲକାତା ନେବାର ଯୋଜନା ଥିଲା। ଏହି ଚୋରା ଚାଲାଣ ଘଟଣାରେ ସମ୍ପୃକ୍ତି ନେଇ ତିନି ଯାତ୍ରୀଙ୍କୁ ପଚରାଉଚରା କରାଯାଉଛି ଏବଂ ଏହି ନେଟୱାର୍କ ସହ ଜଡ଼ିତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚାଲିଛି।

ତଦନ୍ତ ଆଗକୁ ବଢ଼ିବା ସହ ଏ ସମ୍ପର୍କିତ ଅଧିକ ବିବରଣୀ ମିଳିବ ବୋଲି ଆଶା କରାଯାଉଛି। ତେବେ ଅଟକ ଥିବା ଯାତ୍ରୀମାନଙ୍କ ପରିଚୟ କିମ୍ବା ଏହି ମାମଲାର ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପ୍ରକାଶ କରାଯାଇନାହିଁ।

Leave A Reply

Your email address will not be published.