Latest Odisha News

BREAKING NEWS

ଫ୍ଲୋରିଡା ୟୁନିଭର୍ସିଟି ନିକଟରେ ଗୁଳିକାଣ୍ଡ, ୬ ଶିଶୁଙ୍କ ସମେତ ୧୨ ଆହତ

ଫ୍ଲୋରିଡା: ତାଲାହାସିର ପେରୀ ରାସ୍ତାରେ ଥିବା ଫ୍ଲୋରିଡା ଏଗ୍ରିକଲଚର ଆଣ୍ଡ ମେକାନିକାଲ ବିଶ୍ୱବିଦ୍ୟାଳୟ ନିକଟରେ ଗୁଳିକାଣ୍ଡ । ଫୁଟବଲ୍ ଷ୍ଟାଡିୟମ ନିକଟରେ ଗୁଳିମାଡରେ ୬ଜଣ ଶିଶୁଙ୍କ ସହ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି । ଘଟଣାରେ କେହି ଗିରଫ ହୋଇନଥିବା ପୋଲିସ ସୂଚନା ଦେଇଛି । ପ୍ରାଥମିକ ସୂଚନା ଅନୁସାରେ ଗୁଳିମାଡ ପୂର୍ବରୁ ଏକ ଝଗଡା ହୋଇଥିଲା । ଜନଗହଳିପର୍ଣ୍ଣ ଅଂଚଳ ହୋଇଥିବାରୁ ଗୁଳିମାଡରେ ଏକାଧିକ ଆହତ ହୋଇଛନ୍ତି । ପୀଡିତ ମାନଙ୍କ ମଧ୍ୟରୁ ୧୧ଜଣ ଆହତ ହୋଇଥିବା ବେଳେ ପାଖାପାଖି ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ବିଶ୍ୱବିଦ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ କୁହାଯାଇଛି, ଗୁଳିକାଣ୍ଡଟି କ୍ୟାମ୍ପସ ନିକଟରେ ଘଟିଛି । ହେଲେ କ୍ୟାମ୍ପସ ଓ କ୍ୟାମ୍ପସର କୌଣସି ପିଲା କିମ୍ବା ଷ୍ଟାଫ୍‌ଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ । ଗତକାଲି ଏକ ପାର୍ଟିରେ ସାମାନ୍ୟ ଝଗଡା ନେଇଥିଲା ଉଗ୍ରରୂପ, ଫଳରେ ଗୁଳିମାଡ ହୋଇଥିଲା । ଘଟଣାରେ କାହାରି ମୃତ୍ୟୁ ହୋଇନଥିବା ବେଳେ ୧୨ ଆହତଙ୍କ ଚିକିତ୍ସା ଜାରି ରହିଛି । ୩ ଗୁରୁତରଙ୍କ ବିଶେଷ ଧ୍ୟାନ ଦିଆଯାଉଛି ।

Leave A Reply

Your email address will not be published.