Latest Odisha News

BREAKING NEWS

ଅଭିନେତା ଇମ୍ରାନ ଖାନ୍ ସାମାନ୍ୟ ଆଶ୍ୱସ୍ତ, ନଭେମ୍ବର ୨ ଯାଏଁ ହେବନି କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ଅଭିନେତା ଇମ୍ରାନ ଖାନଙ୍କ ବିରୋଧରେ ଜାରି ହୋଇଥିବା ଭାରତ ଛାଡ ନୋଟିସ୍ ମାମଲାରେ ତାଙ୍କୁ ଅସ୍ଥାୟୀ ଆଶ୍ୱସ୍ତି ମିଲିଛି । ସରକାର ବମ୍ବେ ହାଇକୋର୍ଟଙ୍କୁ ନିଶ୍ଚିତ କରିଛନ୍ତି ଯେ, ପରବତ୍ତୀ ର୍ ଶୁଣାଣି ତାରିଖ ନଭେମ୍ବର ୨ ତାରିଖ ଯାଏ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି । ଇମ୍ରାନ୍ ଜଣେ ଆମେରିକାର ନାଗରିକ ତଥା ଓସିଆଇ କାର୍ଡଧାରୀ । ଏଫଆରଆରଓ ଦ୍ୱାରା ଜାରି ହୋଇଥିବା ଏକ ନୋଟିସକୁ ଚାଲେଂଜ କରିଥିଲେ । ନୋଟିସରେ ତାଙ୍କୁ ୨୮ ଅକ୍ଟୋବର ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ ହୋଇଥିଲା । ସୂଚନା ଅନୁସାରେ ଅକ୍ଟୋବର ୧୦ରେ ଦିଲ୍ଲୀର ସିଜେପି ଦ୍ୱାରା ଆୟୋଜିତ ସିଇସି ବିରୋଧୀ ବିକ୍ଷୋଭ ପ୍ରଦର୍ଶନରେ ଇମ୍ରାନ ଖାନ୍ ସାମିଲ ହୋଇଥିଲେ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଏକତରଫା କାମ ଏବଂ ଭୋଟର ତାଲିକାର ଏସଆଇଆର ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ତାଙ୍କ ଇସ୍ତଫା ଦାବିରେ ଏହି ବିକ୍ଷୋଭ କରାଯାଇଥିଲା । ବିଜେପି ନେତା କିରିଟ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ଇମ୍ରାନ ଆମେରିକାର ନାଗରିକ ହୋଇ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ । ଯାହା ନିୟମର ଉଲ୍ଲଂଘନ ଅଟେ । ଅଭିଯୋଗକୁ ଏଫଆରଆରଓକୁ ପଠାଗଲା । ଇମିଗ୍ରେସନ ଆଣ୍ଡ ଫରେନସ ର୍ ଆକ୍ଟ ଅଧିନରେ ଦେଶରୁ ବହିଷ୍କାର ପାଇଁ ଏକ ନୋଟିସ୍ ଜାରି କରାଗଲା । ଏହି ଆଇନର ଧାରା ୭ ଅନୁସାରେ, ଭାରତର କେନ୍ଦ୍ର ସରକାରଙ୍କୁ ଭାରତରେ ବିଦେଶୀ ନାଗରିକଙ୍କ ପ୍ରବେଶ, ପ୍ରସ୍ଥାନ, ଉପସ୍ଥିତି କିମ୍ବା ଚଳପ୍ରଚଳକୁ ନିୟନ୍ତ୍ରଣ କରିବା , ସୀମିତ କରିବା କିମ୍ବା ନିଷିଦ୍ଧ କରିବାକୁ ଆଦେଶ, ନିର୍ଦ୍ଦେଶ କିମ୍ବା ନିର୍ଦ୍ଦେଶାବଳୀ ଜାରି କ୍ଷମତା ରହିଛି ।

୪୩ ବର୍ଷୀୟ ଇମ୍ରାନ୍ ଅକ୍ଟୋବର ୧୭ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦାବି କରିଥିଲେ, ସେ କୌଣସି ସାମବେଶରେ ଅଂଶଗ୍ରହଣ କରିନାହାନ୍ତି କିମ୍ବା ବିକ୍ଷୋଭ ଆୟୋଜକମାନଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ଏହି ନୋଟିସ୍ ବେଆଇନ, ମନମୁଖୀ ଓ ଯୁକ୍ତି ଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ଇମ୍ରାନ୍ କୋର୍ଟ ଯିବା ପରେ ତାଙ୍କ ଏଫଆରଆରଓ ତରଫରୁ ଏକ କାରଣ ଦର୍ଶାଅ ନୋଟିସ୍ ମିଳିଥିଲା । ଯେଉଁଥିରେ ପଚରା ଯାଇଥିଲା ତାଙ୍କର ଓସିଆଇ ମାନ୍ୟତା କାହିଁକି ପ୍ରତ୍ୟାହାର ହେବନି । ମଙ୍ଗଳବାର ଶୁଣାଣି ବେଳେ ଖାନ୍‌ଙ୍କ ଓକିଲ ଭେଙ୍କଟେଶ ଧୋଣ୍ଡ ଅକ୍ଟୋବର ୨୮ରେ ସମୟସୀମା ଉଲ୍ଲେଖ କରିଥିଲେ । ଯାହା ପରେ ଅତିରିକ୍ତ ସଲିସିଟର ଜେନେରାଲ ଅନୀଲ ସିଂହ ପ୍ରତିଶ୍ରୁତି ଦେଇଥିଲେ, କୌଣସି ଜୋରଜବରଦସ୍ତ ପଦକ୍ଷେପ ନିଆଯିବନି । ତାପେର ମୁଖ୍ୟ ବିଚାରପତି ମହେଶ ତ୍ରିପାଠୀ ଓ ବିଚାରପତି ଅଦ୍ୱୈତ ସେଠନାଙ୍କ ଖଣ୍ଡପୀଠ ନଭେମ୍ବର ୨ତାରିଖରେ ନୋଟିସ୍ ଶୁଣାଣି କରିବାକୁ କହିଲେ । ଇମ୍ରାନ ତାଙ୍କ ସାଥୀ ଲେଖା ଓ ସମ୍ପର୍କୀୟା ଜେନ୍ ମାରି ଖାନ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ ଆୟୋଜିତ ବିକ୍ଷୋଭରେ ସାମିଲ ହୋଇଥିଲେ ସେମାନଙ୍କୁ ଅଟକ ମଧ୍ୟ ରଖାଯାଇଥିଲା । ପୋଲିସ ଭ୍ୟାନରେ ବସିଥିବା ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଇମ୍ରାନ । ଇମ୍ରାନ୍ ପ୍ରଶ୍ନ କରିଥିଲେ ଯେ କାହିଁକି ଚଳପ୍ରଚଳ ଥିବା ସ୍ୱାଧୀନତା ଉପରେ କଟକଣା ି, ଲୋକଙ୍କ ସ୍ୱରକୁ କାହିଁକି ଦବାଇ ଦିଆଯାଉଛି ।

Leave A Reply

Your email address will not be published.