Latest Odisha News

BREAKING NEWS

ସିଆଇଡି ସ୍ରଷ୍ଟା ବି.ପି. ସିଂହଙ୍କ ପରଲୋକ, ଶ୍ରଦ୍ଧାଂଜଳି ଜଣାଇଲେ ତାରକା

ବ୍ୟୁରୋ: ବ୍ରିଜେନ୍ଦ୍ର ପାଲ୍ ସିଂହ, ଘରେ ଘରେ ଏକ ପରିଚିତ ନାଁ । ପ୍ରସିଦ୍ଧ କ୍ରାଇମ ସୋ ସିଆଇଡିର ପ୍ରଚ୍ଛଦପଟର ନାୟକ ବି.ପି ସିଂହ ଆଉ ନାହାନ୍ତି । ୭୭ ବଷ ବୟସରେ ତାଙ୍କର ପରଲୋକ ହୋଇଛି । ମଙ୍ଗଳବାର ସକାଳୁ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଲିଛି । ଯାହାକୁ ନେଇ ଚଳଚ୍ଚିତ୍ର ଓ ଟେଲିିଭିଜନ ଦୁନିଆରେ ଶୋକର ଛାୟା ଖେଲିଯାଇଛି । ଫିଲ୍ମମେକର ଅଶୋକ ପଣ୍ଡିତ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବ୍ରିଜେନ୍ଦ୍ରଙ୍କ ସହ ଏକାଠି କାମ କରିଥିଲେ ଅଶୋକ । ସେ ଅନୁଭୂତିକୁ ପୋଷ୍ଟରେ ସେୟାର କରିଛନ୍ତି । ଜଣେ ପ୍ରଖର ଫିଲ୍ମମେକର ଯିଏ କ୍ରାଇମ ସୋ ସିଆଇଡି ଓ ହରର ସିରିଜ୍ ଆହଟ ଦ୍ୱାରା ସମଗ୍ର ଦେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପରବତ୍ତୀ ର୍ ପିଢୀ ପାଇଁ ତାଙ୍କ କାମ ବେଶ ପ୍ରେରଣାଦାୟୀ ହୋଇ ରହିବ । ଭାରତୀୟ ଫିଲ୍ମ ଓ ଟିଭି ନିଦେ୍ର୍ଦଶକ ଆସୋସିଏସନର ସଭାପତି ଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ଅଶୋକ ପଣ୍ଡିତ । ମନୋରଂଜନ ଜଗତରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇରହିବ । ପରିବାର ଓ ଆତ୍ମୀୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ସେ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ସିଆଇଡିରେ ଦୟା ରୋଲ୍ ପ୍ଲେ କରୁଥିବା ଦୟାନନ୍ଦ ସେଟ୍ଟୀ ଏହି ଦିବଙ୍ଗତ ଚଳଚ୍ଚିତ୍ର ନିର୍ମାତାଙ୍କ ସ୍ମୃତିଚାରଣ କରିଛନ୍ତି । ବିପି ସିଂହ କିଛିଦିନ ହେବ ଅସୁସ୍ଥ ଥିଲେ, ସେ ତାଙ୍କ କାମ ପ୍ରତି ସମର୍ପିତ ଥିଲେ । ବୟସାଧିକ କାରଣରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା ବୋଲି କହିଛନ୍ତି ଦୟା ।

ବିପି ସିଂହ ଦେହରାଦୁନରେ ଜନ୍ମ ନେଇଥିଲେ । ସିଆଇଡି ମାଧ୍ୟମରେ ଦେଶର ଘରେ ଘରେ ସେ ଜଣେ ପରିଚିତ ନାଁ । ୧୯୯୮ରୁ ପ୍ରସାରିତ ହେଉଛି ସିଆଇଡି । ମଝିରେ ମଝିରେ ଡିସିପି ସମସେର ଭୂମିକାରେ ନଜର ଆସନ୍ତି । ତାଛଡା ଘରୋଇ ଟିଭି ଚାନେଲରେ ଆହଟ୍ ନାମକ ଭୁତିଆ ସିରିଅଲ ମଧ୍ୟ ତାଙ୍କର ସୃଷ୍ଟି । ୧୯୯୫ରୁ ଏହା ପ୍ରସାରିତ ହୋଇଥିଲା ।

 

Leave A Reply

Your email address will not be published.