ଭୁବନେଶ୍ୱର: ଭାରତୀୟ ପାଇଲଟ ସ୍ମିତ ମଛାରଙ୍କୁ UAE ସର୍ବୋଚ୍ଚ ବେସମାରିକ ସମ୍ମାନ ପ୍ରଦାନ କରାଯାଇଛି। ଏହି ଗୌରବ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏହି ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ‘ସ୍ମିତଙ୍କ ନିଃସ୍ୱାର୍ଥପରତା ଏବଂ ମାନବସେବାରେ ଭାରତୀୟ ମୂଲ୍ୟବୋଧ ପ୍ରତିଫଳିତ ହୋଇଛି’।ଏହା ଭାରତ ପାଇଁ ଗର୍ବର ବିଷୟ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ ତାରିଖରେ ଦୁବାଇରୁ ତେଲ ଅଭିଭ୍ ଯାଉଥିବା ‘ଫ୍ଲାଏଦୁବାଇ’ (flydubai) ବିମାନ FZ1073 ରେ ଘଟିଥିବା ଏକ ଘଟଣା ସମୟରେ ଦେଖାଇଥିବା ସାହସିକତା ପାଇଁ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଅକ୍ଟୋବର ୨୭ ତାରିଖରେ ୟୁଏଇ (UAE) ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ ସମ୍ମାନିତ କରିଛନ୍ତି।
ସହ-ପାଇଲଟ୍ଙ୍କ ଆକ୍ରମଣରେ ଗୁରୁତର ଆହତ ହେବା ସତ୍ତ୍ୱେବକ୍ୟାପଟେନ୍ ମଚ୍ଛର କକପିଟ୍ର କବାଟ ଖୋଲିବାରେ ସକ୍ଷମ ହୋଇଥିଲେ। ଏହା ଫଳରେ ବିମାନ କର୍ମଚାରୀ ଏବଂ ଯାତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିପାରିଥିଲେ ଏବଂ ବିମାନଟିକୁ ସୁରକ୍ଷିତ ଭାବେ ଅନ୍ୟତ୍ର ଅବତରଣ କରାଇପାରିଥିଲେ। ଦୁବାଇର କ୍ରାଉନ୍ ପ୍ରିନ୍ସ (ଯୁବରାଜ) ଶେଖ୍ ହାମଦାନ ବିନ୍ ମହମ୍ମଦ ବିନ୍ ରସିଦ ଅଲ୍ ମକ୍ତୁମ୍ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ତେବେ ଏହି ସମ୍ମାନ ପାଇଲଟ୍ଙ୍କ ଅସାଧାରଣ ସାହସିକତାକୁ ଦର୍ଶାଉଛି, ଯାହା ବିମାନରେ ଥିବା ଲୋକଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଥିଲା। ତାଙ୍କର ଏହି କାର୍ଯ୍ୟ ପାଇଁ ଭାରତ ତଥା ବିଦେଶରେ ବ୍ୟାପକ ପ୍ରଶଂସା କରାଯାଇଛି।

