Latest Odisha News

BREAKING NEWS

ରଣଜୀ ଟ୍ରଫିରେ ଚିନ୍ମୟ ସୁତାରଙ୍କ ଧମାକା: ଭାଙ୍ଗିଲେ ୧୦୦ ବର୍ଷର ବିଶ୍ୱ ରେକର୍ଡ!

ନୂଆଦିଲ୍ଲୀ:ଚଳିତ ରଣଜୀ ଟ୍ରଫି ସିଜନ୍‌ରେ ମିଜୋରାମ୍‌ର ବ୍ୟାଟର ଚିନ୍ମୟ ସୁତାର ନିଜର ଦମଦାର ଫର୍ମ ଜାରି ରଖିଛନ୍ତି । ନିକଟରେ ନାଗାଲାଣ୍ଡ ବିପକ୍ଷରେ ଅପରାଜିତ ୪୦୦ ରନ୍‌ର ଐତିହାସିକ ଇନିଂସ ଖେଳିବା ପରେ, ଏବେ ମେଘାଳୟ ବିପକ୍ଷରେ ସେ ଆଉ ଏକ ଶତକ (୧୨୫ ରନ୍) ହାସଲ କରିଛନ୍ତି । ୨୯ ବର୍ଷୀୟ ଚିନ୍ମୟ ନିଜ ପ୍ରଥମ ଶ୍ରେଣୀ କ୍ରିକେଟ୍‌ କ୍ୟାରିୟରର ପ୍ରଥମ ୪ଟି ଇନିଂସରେ ମୋଟ ୬୫୯ ରନ୍ ସଂଗ୍ରହ କରିଛନ୍ତି। ଏହି ଅବସରରେ ସେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟର ୱିଲ୍ ପୋନ୍ସଫୋର୍ଡଙ୍କ ୧୦୦ ବର୍ଷରୁ ଅଧିକ ପୁରୁଣା ରେକର୍ଡ (୪ଟି ଇନିଂସରେ ୬୧୬ ରନ୍)କୁ ଭାଙ୍ଗି ଏକ ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।

କିଛି ଦିନ ତଳେ ନାଗାଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଚିନ୍ମୟ ୫୧୭ଟି ବଲ୍‌ରୁ ୪୬ଟି ଚୌକା ଓ ୭ଟି ଛକା ସହାୟତାରେ ଅପରାଜିତ ୪୦୦ ରନ୍ ବନାଇଥିଲେ । ରଣଜୀ ଟ୍ରଫି ଇତିହାସରେ ଭାଉସାହେବ ନିମ୍ବାଳକରଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ୧୦ମ ବ୍ୟାଟର ଭାବେ ଚତୁଃଶତକ  ହାସଲ କରିବାର ଗୌରବ ଅର୍ଜନ କରିଥିଲେ ।  ପୂର୍ବରୁ ମୁମ୍ବାଇ ଘରୋଇ ଦଳ ପକ୍ଷରୁ ଖେଳୁଥିବା ଚିନ୍ମୟ, ନିୟମିତ ସୁଯୋଗ ନମିଳିବାରୁ ୨୦୨୬-୨୭ ସିଜନ୍‌ରେ ମିଜୋରାମ୍ ଦଳରେ ଯୋଗ ଦେଇଥିଲେ । ଚଳିତ ସିଜନ୍‌ର ପ୍ରଥମ ମ୍ୟାଚ୍‌ରେ ୩୫ ଓ ୯୯ ରନ୍‌ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବା ବେଳେ, ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ୪୦୦ ଏବଂ ୧୨୫ ରନ୍‌ ସ୍କୋର କରି ସେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛନ୍ତି ।

Leave A Reply

Your email address will not be published.