ନୂଆଦିଲ୍ଲୀ: ଗର୍ଭବତୀ ମହିଳାଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଉପହାର । ଇଏସ୍ଆଇସିର ଲାଭାର୍ଥୀ ଭର୍ଗବତୀ ମହିଳାଙ୍କୁ ମିଳୁଥିବା ଚିକିତ୍ସା ଖର୍ଚ୍ଚର ଅର୍ଥରାଶିକୁ ବଢ଼ାଇଛନ୍ତି ସରକାର । ଫଳରେ ଇଏସ୍ଆଇସିର ପରିସରଭୁକ୍ତ ବାହାରେ ଥିବା ମେଡିକଲରେ ଚିକିତ୍ସା କରାଉଥିବା ମହିଳାଙ୍କୁ ୫୦ ପ୍ରତିଶତ ଅଧିକ ଟଙ୍କା ଦେବେ କେନ୍ଦ୍ର ସରକାର ।
ସୂଚନା ମୁତାବକ, ଗର୍ଭବତୀ ମହିଳାଙ୍କ ପାଇଁ ଖର୍ଚ୍ଚ କରାଯାଉଥିବା ପ୍ରସୂତି ଖର୍ଚ୍ଚକୁ ବଢ଼ାଇ ୭,୫୦୦ ଟଙ୍କା କରିବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏବେ ଏହା ୫ ହଜାର ଟଙ୍କା ରହିଛି । ଏହାର ଫାଇଦା କେବଳ ସେହି ମହିଳାଙ୍କୁ ମିଳିବ ଯେଉଁ କର୍ମଚାରୀ ରାଜ୍ୟ ବୀମା ନିଗମର ଲାଭାର୍ଥୀ ହୋଇଥିବେ । ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତି ନିଆଯାଇଛି ।
ଦରଦାମର ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ପ୍ରସୂତି ଖର୍ଚ୍ଚକୁ ୫ ହଜାର ଟଙ୍କାରୁ ୭,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏବେ ଦେଶବ୍ୟାପୀ ଇଏସ୍ଆଇସିର ୧୫୦ରୁ ଅଧିକ ହସ୍ପିଟାଲ ରହିଛି । ଏହି ହସ୍ପିଟାଲରେ ସାମାନ୍ୟଠୁ ନେଇ ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି ।
BREAKING NEWS
- Ama Bus:ପୁଣି ଆମ ବସ୍ ଧକ୍କାରେ ଗଲା ଜୀବନ, ବାଇକ୍ ଆରୋହୀ ଯୁବକଙ୍କ ମୃତ୍ୟୁ
- ଉଦଯାପିତ ହେଲା ୩୬ ତମ କୋଣାର୍କ ଉତ୍ସବ; ଶେଷ ସନ୍ଧ୍ୟାରେ ଯୋଗ ଦେଲେ ରାଜ୍ୟପାଳ
- Junior Hockey World Cup 2025: ସୁଟଆଉଟରେ ବେଲଜିୟମକୁ ପରାସ୍ତ କରି ଭାରତ ସେମିଫାଇନାଲରେ …
- 37th Sub Junior National Badminton Championship: ଫାଇନାଲରେ ଓଡ଼ିଆ ଯୋଡି ସ୍ଵାତୀ-ନିମିଶା
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
Comments are closed.