Latest Odisha News

ଭୁବନେଶ୍ୱରର ‘ଜେଏସଏସ ଏସଟିପି’କୁ ମିଳିଲା ‘ଏସଟିପିଆଇ ଏକ୍ସପୋର୍ଟ’ ଆୱାର୍ଡ଼

ଭୁବନେଶ୍ୱର: ଭୁବନେଶ୍ୱରର ଜେଏସଏସ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କସ (ଏସଟିପି)କୁ ମିଳିଛି ଏସଟିପିଆଇ ଏକ୍ସପୋର୍ଟ ଆୱାର୍ଡ଼ । ‘ହାଇୟେଷ୍ଟ କଣ୍ଟ୍ରିବ୍ୟୁସନ ଅଫ ଏକ୍ସପୋର୍ଟସ ଏଣ୍ଡ ଏମ୍ଳଏମେଣ୍ଟବାଏ ପ୍ରାଇଭେଟ ଏସଟିପିଆଇ ଆଇଟି ପାର୍କ’ କ୍ୟାଟେଗୋରୀରେ ଶୁକ୍ରବାର ଦିନ ‘ଜେଏସଏସ ଏସଟିପି’କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

‘ଜେଏସଏସ ଏସଟିପି ପ୍ରାଇଭେଟ୍ ଲିମିଟେଡ଼’ର ଚେୟାରମ୍ୟାନ ଡଃ ବିଜୟ କୁମାର ସାହୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ପୁରସ୍କାର ବିତରଣୀ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଇଲେକ୍ଟ୍ରୋନିକ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏସଟିପିଆଇର ଡାଇରେକ୍ଟର ଜେନେରାଲ ଓମକାର ରାୟ ଏବଂ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଯୋଗ ଦେଇଥିଲେ ।

ଏହି କମ୍ପାନୀର ନିର୍ଦ୍ଦେଶକ ଅରବିନ୍ଦ ଦାସ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

‘ଜେଏସଏସ ଏସଟିପି’ ଚତୁର୍ଥଥର ଲାଗି ଏହି ସମ୍ମାନଜନକ ଆୱାର୍ଡ଼ ହାସଲ କରିଛି ।

“ଓଡ଼ିଶାରେ ସର୍ବପ୍ରଥମ ପ୍ରାଇଭେଟ ସଫ୍ଟୱେୟାର ଟେକ୍ନୋଲୋଜି ପାର୍କ ଭୁବନେଶ୍ୱରରେ ପ୍ରତିଷ୍ଠା କରିବା ମୋର ଏକ ସ୍ୱପ୍ନ ଯାହାକି ଏବେ ପୂରଣ ହୋଇଛି । ଭୁବନେଶ୍ୱରକୁ ପୂର୍ବ ଭାରତର ବୃହତ ଆଇଟି କରିଡ଼ର୍ ସ୍ଥାପନାର ଲକ୍ଷ୍ୟ ନେଇ ଏହା ପ୍ରତିଷ୍ଠା କରାଯାଇଥିଲା । ମୋର ଏହି ଉଦ୍ୟମକୁ ପ୍ରଶଂସିତ କରିଥିବାରୁ ସରକାରଙ୍କୁ ମୁଁ ଧନ୍ୟବାଦ ଦେଉଛି,” କହିଛନ୍ତି ଡଃ ସାହୁୁ ।

୨୦୧୦ରେ ନବୀନ ଏହାକୁ ଉଦଘାଟନ କରିଥିଲେ ।

ଏହାପୂର୍ବରୁ ଜେଏସଏସ ଲଗାତର ଭାବେ ୨୦୧୩-୧୪, ୨୦୧୪-୧୫ ଏବଂ ୨୦୧୫-୧୬ ମସିହା ଲାଗି ପୁରସ୍କାର ହାସଲ କରିଛି ।

ଏହି ଏକ୍ସପୋର୍ଟ ଆୱାର୍ଡ଼ ଉତ୍ସବ ‘ଟେକ୍ନୋଲୋଜି ସଭା ୨୦୨୦’ ର ଏକ ଅଂଶବିଶେଷ ।

Leave A Reply

Your email address will not be published.