Latest Odisha News

BREAKING NEWS

ଶୁଭ୍ରାଂଶୁଙ୍କ ଅପରାଜିତ ଶତକ: କ୍ୱାର୍ଟରରେ ଓଡିଶା

କଟକ: ଓଡିଶା-ଝାଡଖଣ୍ଡ ରଣଜୀ କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ଅନ୍ତିମ ଦିବସରେ ଓଡିଶାର ଶୁଭ୍ରାଂଶୁ ସେନାପତି (୧୦୦ଞ୍ଚ) ଓ ଦେବାଶୀଷ ସାମନ୍ତରାୟ ୬୪ଞ୍ଚ ରନ କରି ଅପରାଜିତ ରହିଛନ୍ତି । ଓଡିଶା ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ଏଥିସହ ଓଡିଶା ୯ ମ୍ୟାଚରୁ ୫ ବିଜୟ, ୨ ପରାଜୟ ଓ ୨ ଡ୍ର ସହ ୩୮ ପଏଂଟ ହାସଲ କରି ଗ୍ରୁପ ସି’ର ଦ୍ୱିତୀୟ ସ୍ଥାନରେ ରହିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ।

ପୂର୍ବରୁ ଓଡିଶା ପ୍ରଥମ ଇନିଂସରେ ୪୩୬ ରନ କରି ଅଲଆଉଟ ହୋଇଥିଲା । ଏହାର ଜବାବରେ ଝାଡଖଣ୍ଡ ୩୫୬ ରନ କରିବାକୁ ସକ୍ଷମ ହୋଇଥିଲା । ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଲେଖାଏଁ ଉଇକେଟ ହାସଲ କରିଥିଲେ । ଓଡିଶା ଦ୍ୱିତୀୟ ଇନିଂସରେ ୧ ଉଇକେଟ ହରାଇ ୧୮୭ ରନ କରିଥିଲା ।

Leave A Reply

Your email address will not be published.