Latest Odisha News

BREAKING NEWS

ମୃତ୍ୟୁମୁଖରୁ ଅଧ୍ୟାପିକାଙ୍କୁ ବଞ୍ଚାଇଲେ ଆରପିଏଫ ଯବାନ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଶନିବାର ଦିନ ଜଣେ ଅଧ୍ୟାପିକାଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରିଛନ୍ତି ଆରପିଏଫ୍ କନଷ୍ଟେବଳ ।

ସମ୍ପୃକ୍ତ ଅଧ୍ୟାପିକା ଜଣକ ଭୁବନେଶ୍ୱରସ୍ଥିତ ରମାଦେବୀ କଲେଜର ଆଇଟି ଲେକଚର୍ ନିବେଦିତା ସାହୁ । ସେ ଆଜି ରେଳ ଷ୍ଟେସନରୁ ପ୍ଲାଟଫର୍ମ ନଂ-୧ରୁ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍ ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିଲେ । ଉକ୍ତ ଚଳନ୍ତା ଟ୍ରେନରେ ଚଢୁଥିବା ବେଳେ ସେ ଭାରସାମ୍ୟ ହରାଇ ଟ୍ରେନ୍ ଓ ପ୍ଲାଟଫର୍ମ ମଧ୍ୟରେ ଥିବା ଫାଙ୍କ ସ୍ଥାନରେ ପଡିବାକୁ ଯାଉଥିଲେ ।

ଘଟଣାଟି ନଜରରେ ପଡିବା ମାତ୍ରେ ଡ୍ୟୁଟିରେ ଥିବା ଆରପିଏଫ୍ ଯବାନ ସୁବତ୍ର କୁମାର ମହାରଣା କାଳବିଳମ୍ବ ନକରି ସଙ୍ଗେସଙ୍ଗେ ତାଙ୍କୁ ଭିଡି ଆଣିଥିଲେ । ଯାହାଫଳରେ ମୃତ୍ୟୁମୁଖରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅଧ୍ୟାପିକା ଜଣକ ।

ଅପରପକ୍ଷରେ ଏସମ୍ବନ୍ଧୀୟ ସମସ୍ତ ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡିଂ ହୋଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.