Latest Odisha News

BREAKING NEWS

ଚଳିତ ବର୍ଷ ଗେମିଂର ମଜା ହେବ ଦ୍ୱିଗୁଣ : ୫ ହରର ଗେମ୍ ରିଲିଜ ହେବ

ନୂଆଦିଲ୍ଲୀ: ଅନଲାଇନ ଗେମିଂର ଶୌକିନ ରଖୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ୫ ହରର ଗେମ୍ ରିଲିଜ ହେବ । ଏହି ଗେମ୍ କମ୍ପାନୀଙ୍କ ମତରେ ଏହା ପବଜୀ ଓ କଲ ଅଫ ଡ୍ୟୁଟିକୁ ପଛରେ ପକାଇଦେବ । ତାଲିକାର ଶୀର୍ଷରେ ରହିଛି ଡାଇଙ୍ଗ ଲାଇଟ-୨ । ପୂର୍ବ ସଂସ୍କରଣ ତୁଳନାରେ ଅନେକ ନୂତନ ରୋମାଂଚ ଏଥିରେ ରଖାଯାଇଛି । ଏହା ପଛକୁ ରହିଛି ଆଟମିକ ହାର୍ଟ ଓ ଦି କ୍ୱାଂଟନ ଟ୍ରାଏଲ୍ସ ।

କ୍ୱାଂଟନ ଟ୍ରାଏଲ୍ସରେ ୪ଜଣ ଏକତ୍ର ଖେଳିପାରିବେ । ୱାନ୍ସ ଅପନ ଏ ଟାଇମ ଇନ ରସୱେଲ । ଏହା ଏକ ସାଇକୋଲୋଜିଷ୍ଟ ହରର ଗେମ୍ । ଶେଷରେ ରହିଛି ରେସିଡେଂଟ ଏଭିଲ-୩ ରିମେକ୍ । ପାର୍ଟ-୨ ଖେଳିଥିବା ବ୍ୟକ୍ତିଙ୍କ ପାଇଁ ଏହା ନିଶ୍ଚିତ ଭାବେ ଅଧିକ ରୋମାଂଚ ଆଣିବ ।

Leave A Reply

Your email address will not be published.