Latest Odisha News

BREAKING NEWS

ୟୁଥ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ: ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ଓଡିଶାର ତନ୍ୱୀ

ଭୁବନେଶ୍ୱର:ସେନେଗାଲର ଡାକାରଠାରେ ଆୟୋଜିତ ୟୁଥ୍ ଅଲିମ୍ପିକ୍ ଗେମ୍ସରେ ଓଡ଼ିଶାର ୧୫ ବର୍ଷୀୟା ବ୍ୟାଡମିଣ୍ଟନ୍ ଖେଳାଳି ତନ୍ୱୀ ପତ୍ରୀ  ପ୍ରଥମ ଭାରତୀୟ ମହିଳା ଭାବେ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି । ୫୪ ମିନିଟ୍ ଧରି ଚାଲିଥିବା ସେମିଫାଇନାଲରେ ପତ୍ରୀ ଜାପାନର ଦ୍ୱିତୀୟ ସିଡ୍ ୟୁଜୁନୋ ୱାତାନାବେଙ୍କୁ ୨୧-୧୪, ୧୧-୨୧, ୨୧-୧୯ ସେଟ୍‌ରେ ପରାସ୍ତ କରିଛନ୍ତି । ଥାଇଲ୍ୟାଣ୍ଡର ସପ୍ତମ ସିଡ୍ କାକାନିକ୍ କୁଙ୍ଗକେୱଙ୍କୁ ସିଧାସଳଖ ୨୧-୧୭, ୨୧-୧୩ ସେଟ୍‌ରେ ହରାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଗୁରୁବାର ରାତି ୧୧ଟାରେ ଚୀନ୍‌ର ବିଶ୍ୱ ଜୁନିୟର ଚାମ୍ପିୟନ୍ ୟି ସିନ୍ ଝାଙ୍ଗଙ୍କ ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିବେ ।  ପୂର୍ବରୁ ଏଚ୍. ଏସ୍. ପ୍ରଣୟ (୨୦୧୦) ଏବଂ ଲକ୍ଷ୍ୟ ସେନ୍ (୨୦୧୮) ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ ।

ଆଜିର ମ୍ୟାଚ୍ ଜିତିଲେ ତନ୍ବୀ ଭାରତର ପ୍ରଥମ ୟୁଥ୍ ଅଲିମ୍ପିକ୍ସ ବ୍ୟାଡମିଣ୍ଟନ୍ ସ୍ୱର୍ଣ୍ଣ ପଦକ ବିଜେତା ହେବାର ଗୌରବ ହାସଲ କରିବେ । ବାଲେଶ୍ୱରରେ ଜନ୍ମିତ ତନ୍ବୀ ପୂର୍ବରୁ ଏସୀୟ ଅଣ୍ଡର-୧୫ ଏବଂ ଅଣ୍ଡର-୧୭ ଚାମ୍ପିୟନ୍‌ସିପ୍ ଟାଇଟଲ୍ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଫର୍ ଏକ୍ସଲେନ୍ସରେ ପ୍ରଶିକ୍ଷଣ ନେଉଛନ୍ତି ।  ବେଙ୍ଗାଲୁରୁସ୍ଥିତ ପ୍ରକାଶ ପାଦୁକୋନ୍ ବ୍ୟାଡମିଣ୍ଟନ୍ ଏକାଡେମୀ ପ୍ରଶିକ୍ଷଣ କେନ୍ଦ୍ରରେ ସେ ନିଜର ଦକ୍ଷତା ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.