Latest Odisha News

BREAKING NEWS

ଜଗା ଦର୍ଶନ ହେଲା ଶେଷ ଦର୍ଶନ; ବୃଦ୍ଧ ଭକ୍ତଙ୍କ ଚାଲିଗଲା ଜୀବନ

ପୁରୀ:ଜଗାକୁ ଦେଖିବାକୁ ଆସିଥିଲେ ହେଲେ ଚାଲିଗଲା ଜୀବନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଭକ୍ତ ହେଉଛନ୍ତି ଢେଙ୍କାନାଳ ଦେଉଳି ସାହିର ଯାଦବ ରାୟ (୭୨)। ସୂଚନାମୁତାବକ, ଯାଦବ ରାୟ ପରିବାର ସହ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଥିଲେ। ତେବେ ଯାଦବ ରାୟ କେଉଁ କାରଣରୁ ଅସୁସ୍ଥ ହୋଇଥିଲେ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

ଆଜି ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ଭିଡ଼ ରହିଥିଲା । ନାଟ ମଣ୍ଡପ ପୂର୍ବରୁ ବେଢା ପାଖରେ ଅସୁସ୍ଥ ଅନୁଭବ କରିଥିଲେ ଯାଦବ । ପୋଲିସ ଆମ୍ବୁଲାନ୍ସରେ ଆଣି ସଦର ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଯେହେତୁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର ବାହାରେ ହୋଇଛି ତେଣୁ ମନ୍ଦିରର ନୀତିକାନ୍ତି ଉପରେ କୌଣସି ପ୍ରଭାବ ପଡ଼ିନି । ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ତାଙ୍କ ମୃତ୍ୟୁର ପ୍ରକୃତ କାରଣ । ଏଥିସହ ସିସିଟିଭି ମଧ୍ୟ ଯାଞ୍ଚ କରାଯିବ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.