ହାଇଦ୍ରାବାଦ୍: ଶୁକ୍ରବାର ସକାଳର ସଡକ ଦୁର୍ଘଟଣା । ୧୪ ଯବାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୮ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ୨ ଯବାନ ଗୁରୁତର ହୋଇଥିବା ସୂଚନା ମିଲିଛି । ତେଲେଙ୍ଗାନା ରଙ୍ଗାରେଡୀ ଜିଲ୍ଲାର ଛେଭେଲ୍ଲା ଅଂଚଳରେ ଗାଡିରୁ ନିୟନ୍ତ୍ରଣ ହରାଇଥିଲେ ସେନା ଟ୍ରକ୍ ଚାଳକ । ଫଲରେ ଟ୍ରକଟି ଗଛରେ ପିଟି ହୋଇଥିଲା । ଛେଭେଲ୍ଲା ପୋଲିସ ଅନୁସାରେ, ସକାଳ ପ୍ରାୟ ସାଢେ ୬ଟା ସମୟରେ ଗୋଲକୋଣ୍ଡା ଆମି ର୍କ୍ୟାମ୍ପରୁ ଶାବଦ ସେନା କ୍ୟାମ୍ପ ଯାଉଥିଲା ଏହି ସେନା ଟ୍ରକଟି । ଟ୍ରକରେ ଥିବା ସେନା କର୍ମଚାରୀଙ୍କୁ ଡ୍ରାଇଭର ଭାବେ ତାଲିମ ପାଇଁ ବାହାରକୁ ନିଆଯାଇଥିଲା । ଯେତେବେଳେ ଯବାନ ଜଣକ ଟ୍ରେନି ଭାବେ ଡ୍ରାଇଭିଂ କରୁଥିଲେ ଟ୍ରକଟି ଆଲ୍ଲାୱାଡା ଅଂଚଳରେ ରାସ୍ତାର ଡିଭାଇଡରରେ ପିଟି ହୋଇ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଥିଲା । ଏହି ଦୁର୍ଘଟଣାରେ ୮ଜଣ ଯବାନ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଥିବା ସୂଚନା ମିଲିଛି । ଗୋଲକୋଣ୍ଡାରେ ଥିବା ଆମି ର୍ ହସ୍ପିଟାଲରେ ଆହତ ଯବାନଙ୍କ ଚିକିତ୍ସା ଚାଲିଛି । ଏବେ ଯାଏ କୌଣସି ଅଭିଯୋଗ ହୋଇନଥିବା କହିଛନ୍ତି ଛେଭେଲ୍ଲା ଏସିପି ବି. କିଶାନ ।
BREAKING NEWS
- Rahul Gandhi’s Big Charge: ମୋଦିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ, କହିଲେ, ‘ମୋ ଫୋନ୍ ଉପରେ ରଖୁଛନ୍ତି ଗୁପ୍ତ ନଜର…’
- ନିୟନ୍ତ୍ରଣ ହରାଇ ଆର୍ମି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ୮ ଯବାନ ଆହତ
- ପରେଶ ରାୱଲଙ୍କ ପରିସ୍ରା ଉପଚାର, କିଏ ଦେଇଥିଲା ଅସାଧାରଣ ପରାମର୍ଶ, ଜାଣନ୍ତୁ …
- ଭୟଙ୍କର ସଡ଼କ ଦୁର୍ଘଟଣା! ଟ୍ରକ୍ସ ସହ ପୋଲିସ ଗାଡ଼ି ଧକ୍କା: ୨ ପୋଲିସ ମୃତ, ୨ ଗୁରୁତର
- ସିଇଓ ପଦ ଯିବା ପରେ ନୂଆ ଖୁଲାସା: ଦୁଇଟି ନୁହେଁ, ଜେନସେନ୍ ହୁଆଙ୍ଗଙ୍କର ଥିଲା ତୃତୀୟ ପ୍ରେମ ସମ୍ପର୍କ! ଆମେରିକୀୟ ଗଣମାଧ୍ୟମରେ ବଡ଼ ଦାବି
- Odisha Approves Water Projects: ଓଡ଼ିଶାର ୭୪ ଗାଁକୁ ମିଳିବ ବର୍ଷତମାମ ପାଣି! ୬୨୫ କୋଟିର ୫ଟି ଜଳ ସଂରକ୍ଷଣ ପ୍ରକଳ୍ପକୁ ମଞ୍ଜୁରୀ…
- Delhi Breathes Poison: ରାଜଧାନୀରେ ନିଶ୍ୱାସ ନେବା ବି ମୁସ୍କିଲ୍! ସୁରକ୍ଷା ସୀମାଠାରୁ ୨୦ ଗୁଣ ଅଧିକ PM2.5…
- Sam Pitroda Praises Modi: ମୋଦୀଙ୍କୁ ‘ଗୁଜରାଟୀ ବନ୍ଧୁ’ କହି ପ୍ରଶଂସାରେ ପୋତିଲେ ସାମ୍ ପିଟ୍ରୋଡା, ଜବାବରେ ଏମିତି କହିଲେ ପିଏମ୍ ମୋଦୀ…
- PM On Diesel Price: ଡିଜେଲ ଦର ବୃଦ୍ଧିରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି! ପ୍ରଧାନମନ୍ତ୍ରୀ କହିଲେ, ୫୦ ଟଙ୍କା ବଢ଼ିବାକୁ ଥିଲା ହେଲେ ନିଜେ ସହିଲେ ସରକାର…
- ପତ୍ନୀଙ୍କ ସହ ଭାଇରାଲ ଭିଡିଓ ଉପରୁ ପରଦା ହଟାଇଲେ ପ୍ୟାଟ୍ କମିନ୍ସ: ଝଗଡ଼ା ନୁହେଁ ଖ୍ୱାଜାଙ୍କ ବୟାନରେ ପତ୍ନୀ କ୍ଷୁବ୍ଧ ଥିଲେ’