Latest Odisha News

BREAKING NEWS

କାମାକ୍ଷାନଗର ଜଙ୍ଗଲରୁ ୨ ହାତୀଙ୍କ ମୃତଦେହ ଉଦ୍ଧାର 

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରୁ ଦୁଇ ହାତୀର ମୃତଦେହ ଉଦ୍ଧାର ହୋଇଛି। କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରଣୀ ଫରେଷ୍ଟର ଗୋଦରବିଲ୍ଲି ଅଞ୍ଚଳରୁ ମିଳିଛି ଦୁଇ ହାତୀ ମୃତଦେହ ।

ମୃତ ହାତୀ ମଧ୍ୟରୁ ଗୋଟିଏ ହାତୀର ବୟସ ପ୍ରାୟ ୧୨ ବର୍ଷ ହୋଇଥିବା ବେଳେ ଅନ୍ୟଟି ଏକ ଶିଶୁ ହାତୀ ବୋଲି ଜଣାପଡ଼ିଛି।

ଦୁଇ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି। ହାତୀ ଦୁଇଟିଙ୍କ କିପରି ଓ କେଉଁ କାରଣରୁ ମୃତ୍ୟୁ ହୋଇଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି। ତେବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ବନ ବିଭାଗ।

ତେବେ ଗୋଟିଏ ଶିଶୁ ହାତୀ ସହ ଆଉ ଏକ ବୟସ୍କ ହାତୀର ଏକାଠି ମୃତ୍ୟୁ ଘଟଣା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଅଧିକାରୀମାନେ ଘଟଣାସ୍ଥଳରେ ପହଁଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛନ୍ତି।

 

Leave A Reply

Your email address will not be published.