Latest Odisha News

BREAKING NEWS

ବଜ୍ରକାପ୍ତ ଚୋରାଚାଲାଣ ବେଳେ ବନ ବିଭାଗର ଚଢ଼ାଉ, ଜଣେ ଗିରଫ

ମାଲକାନଗିରି: ବଜ୍ରକାପ୍ତା ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ବନ ବିଭାଗ । ମାଲକାନଗିରି ଜିଲ୍ଲା କୋଇଲିପାରି ଗ୍ରାମ ନିକଟ ରାଜ୍ୟ ରାଜପଥରେ ଏକ ବଜ୍ରକାପ୍ତା ଡିଲ୍ ଚାଲିଥିବା ସମୟରେ ବନ ବିଭାଗ ଚଢ଼ାଉ କରିଥିଲା । ଏହି ସମୟରେ ମୋଟରସାଇକେଲରେ ଅଭିଯୁକ୍ତମାନେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ, ବନ ବିଭାଗ କର୍ମଚାରୀମାନେ ପିଛା କରି ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ ।

ଗିରଫ ବ୍ୟକ୍ତି ଜଣକ ହେଲେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଦୁଲାମଣ୍ଡି ଗ୍ରାମର ୩୯ ବର୍ଷୀୟ ପେଣ୍ଡାୟା କାକର । ଅଭିଯୁକ୍ତଙ୍କୁ ଧରିବା ସହ ୩ଟି ବାଇକ୍ ଜବତ କରାଯାଇଛି । ଜଣେ ଫେରାର ରହିଛି ।

ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପରେ ତାଙ୍କୁ ମାଲକାନଗିରି ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଛି। ଘଟଣାରେ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.