ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ପାଇଁ ବଦଳିବ ୨୦ଟି ପରୀକ୍ଷା କେନ୍ଦ୍ର । ଫିକ୍ସିଂ ଅଭିଯୋଗ ଆସିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ୧୧୪୨ କେନ୍ଦ୍ର ମଧ୍ୟରୁ ୨୦ଟି କେନ୍ଦ୍ର ପରିବର୍ତ୍ତନ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା କମିଟି ବୈଠକରେ ନିଷ୍ପତି ହୋଇଛି ।
ସୂଚନାଯୋଗ୍ୟ, ଗତ ୭ ତାରିଖରେ ପରୀକ୍ଷା କେନ୍ଦ୍ର ଫିକିଂ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଯୁକ୍ତ ୨ ପରୀକ୍ଷା କମିଟର ସଦସ୍ୟ ଏଭଳି ଗୁରୁତର ଅଭିଯୋଗ ଆଣିଥିଲେ । ପରୀକ୍ଷା ପରିଚାଳନା କମିଟିର ବିନା ଅନୁମତିରେ ପରୀକ୍ଷା କେନ୍ଦ୍ର ଚୟନ ହୋଇଥିବା ନେଇ କମିଟି ସଭ୍ୟ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତି କହିଥିଲେ ।
କମିଟି ପୂର୍ବରୁ ଦେଇଥିବା ପରୀକ୍ଷା କେନ୍ଦ୍ର ତାଲିକା ବଦଳାଇ ଆଉ ଏକ ନୂଆ ତାଲିକା ପ୍ରକାଶ କରିଥିଲା ବୋଲି କମିଟି ସଭ୍ୟମାନେ ଅଭିଯୋଗ କରିଥିଲେ । ପୂର୍ବ ବର୍ଷ ପରୀକ୍ଷାରେ ଯେଉଁ ସେଂଟର ମାନଙ୍କରେ କପି ଧରା ଯାଇଥିଲା କିମ୍ବା କପି ହେଉଥିବା ନେଇ ସ୍କ୍ରାଚ କରାଯାଇଥିଲା ସେହି ପରୀକ୍ଷା କେନ୍ଦ୍ରକୁ ଚଳିତ ବର୍ଷ ସେଂଟର କରିବା ତାଲିକାରୁ ବାଦ ଦେବା ପାଇଁ କମିଟି ପ୍ରସ୍ତାବ ଦେଇଥିଲା । ହେଲେ କମିଟର ଏହି ପ୍ରସ୍ତାବକୁ ବଦଳାଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଲଗା ତାଲିକା ପ୍ରସ୍ତୁତ କରିଥିଲା ବୋଲି କମିଟି ସଭ୍ୟ ଅଭିଯୋଗ କରିଥିଲେ ।
BREAKING NEWS
- ଲିମିଟରେ ରୁହ ବହୁତ କହୁଛ; ପତ୍ନୀଙ୍କ ବୟାନକୁ ନେଇ ବର୍ଷିଲେ ଗୋବିନ୍ଦା
- ରୋହିତ, ଅଗରକରଙ୍କ ମଧ୍ୟରେ କାହାର ହେବ ଛୁଟି
- UP bans analogue dairy products:’ଆନାଲଗ୍’ଦୁଗ୍ଧଜାତ ଉତ୍ପାଦ ଉପରେ କାର୍ଯ୍ୟାନୁଷ୍ଠାନ; ପନିର, ଘିଅ ଓ ଖୋଆ ଉପରେ କଟକଣା
- ତୁମେ ମାନେ ଭବିଷ୍ୟତ; Gen Z ଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
- ଆଗ୍ରିଷ୍ଟାକକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମୁଖ୍ୟମନ୍ତ୍ରୀ: ପି-ପାସ୍ ଜରିଆରେ ହିଁ ସରକାର କିଣିବେ ଚାଷୀଙ୍କ ଧାନ
- ଉତ୍ତର ଓଡ଼ିଶାରେ ଘନୀଭୂତ ହେଉଛି ବନ୍ୟା ସ୍ଥିତି: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି, ଅନେକ ଗାଁରେ ପଶିଲା ପାଣି
- ମୃତ୍ୟୁର ବିଭୀଷିକା ସାଜିଲା ଭୂକମ୍ପ: ଘରଦ୍ୱାର ଭୁଶୁଡ଼ି ପଡ଼ିଲା, ଖୋଲା ଆକାଶ ତଳେ ରାତି କାଟୁଛନ୍ତି ଲୋକେ
- ରେଳବାଇ ସୁରକ୍ଷା ପାଇଁ ନୂଆ ପଦକ୍ଷେପ; ଆରପିଏଫ୍ ଡଗ୍ ସ୍କ୍ୱାଡ୍ ଦେହରେ ଲାଗିଲା ବଡି କ୍ୟାମେରା
- ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି; ୫ ବର୍ଷରେ ୨୦ ଲକ୍ଷ ନିଯୁକ୍ତି
- ସ୍ୱାଧୀନତାର ୮୦ ବର୍ଷ: କ୍ରୀଡ଼ା କ୍ଷେତ୍ରରେ ଭାରତର ଐତିହାସିକ ସଫଳତା ଓ ବିଶ୍ୱସ୍ତରୀୟ ଯାତ୍ରା

Comments are closed.