Latest Odisha News

BREAKING NEWS

ସିବିଆଇ ଜାଲରେ ପାରାଦୀପ ବନ୍ଦର ଅଧିକାରୀ, ବାସଭବନରେ ଚାଲିଛି ରେଡ୍; ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

ପାରାଦୀପ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପାରାଦୀପ ବନ୍ଦରର ଡେପୁଟି ଟ୍ରାଫିକ୍ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ରଙ୍କ ଘରେ ସିବିଆଇ (CBI) ଚଢ଼ାଉ କରିଛି। ଆଜି ସିବିଆଇ ପକ୍ଷରୁ ଏକକାଳୀନ ୪ଟି ପ୍ରମୁଖ ସ୍ଥାନରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ ନାରାୟଣ ମିଶ୍ରଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଇଡି (ED) ଏବଂ ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ଦାଖଲ କରାଯାଇଥିଲା।

ସୂଚନା ଥାଉକି, ପାରାଦୀପରେ ସିବିଆଇର ଦୁଇଟି ଟିମ୍ ଚଢ଼ାଉ ଜାରି ରଖିଛନ୍ତି। ବନ୍ଦରସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର ଏବଂ ତାଙ୍କ ଦ୍ୱାରା ପରିଚାଳିତ କାନମାସର (KANMAS) କାର୍ଯ୍ୟାଳୟରେ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଭୁବନେଶ୍ୱରର ରଘୁନାଥପୁର ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ସିବିଆଇର ଆଉ ଏକ ସ୍ୱତନ୍ତ୍ର ଟିମ୍ ତଲାସୀ ଅଭିଯାନ ଚଳାଇଛି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଏବଂ ଏରସମା ତହସିଲ ଅଧୀନରେ ଥିବା ତାଙ୍କର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମଧ୍ୟ ଯାଞ୍ଚ କରାଯାଉଛି।

ପାରାଦୀପଠାରୁ ଭୁବନେଶ୍ୱର, କୁଜଙ୍ଗ ଓ ଏରସମା ପର୍ଯ୍ୟନ୍ତ ଚାଲିଛି ଯାଞ୍ଚ। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ରହିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଚଢ଼ାଉ ସମୟରେ ସିବିଆଇ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଥିପତ୍ର ଲାଗିଛି।

Leave A Reply

Your email address will not be published.