Latest Odisha News

BREAKING NEWS

ଶକ୍ତିଶାଳୀ ହେଉଛି ସ୍ପଷ୍ଟଚିହ୍ନିତ ଲଘୁଚାପ, ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ…

ଭୁବନେଶ୍ବର: ସମୁଦ୍ର ଭିତରେ ବଳ ଗୋଟାଇ ଶକ୍ତିଶାଳୀ ହେଉଛି ସ୍ପଷ୍ଟଚିହ୍ନିତ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟରେ କୁହାଯାଇଛି ଯେ, ଉପଗ୍ରହରୁ ମିଳିଥିବା ଚିତ୍ର ଅନୁଯାୟୀ ଗତକାଲି ତୁଳନାରେ ସ୍ପଷ୍ଟଚିହ୍ନିତ ଲଘୁଚାପ ସହ ଜଡିତ ବାଦଲ ଏକତ୍ରିକରଣ ବୃଦ୍ଧି ସହ ଘୂର୍ଣ୍ଣାୟମାନ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି। ଯାହାକି ଘନୀଭୂତ ପ୍ରକ୍ରିୟାକୁ ଅଧିକ ସଂଗଠିତ ହୋଇଥିବାର ସୂଚନା ପ୍ରଦାନ କରୁଛି।

ଉଲ୍ଲେଖଯୋଗ୍ୟ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେଉଛି। ଯାହା ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରିଛି IMD । ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ ବୋହିବ ।

ଏନେଇ ୧୭ରୁ ୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ୧୫ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । କାରଣ ଏହି ସମୟରେ ସମୁଦ୍ରରେ ପବନର ବେଗ ୪୫ରୁ ୫୫ କିମି ପର୍ଯ୍ୟନ୍ତ ରହିବ । ଝଟ୍‌କା ପବନ ୬୫ କିମି ପର୍ଯ୍ୟନ୍ତ ଯିବା ନେଇ ଆକଳନ କରିଛି IMD।

Leave A Reply

Your email address will not be published.