Odisha Cyber Command Centre:‘ଓଡ଼ିଶା ସାଇବର କମାଣ୍ଡ ସେଣ୍ଟର’ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା;୨୫୦କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର:ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ । ‘ଓଡିଶା ସାଇବର କମାଣ୍ଡ ସେଣ୍ଟର’ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୪୯.୩୯ କୋଟି ଟଙ୍କା ମଞ୍ଜୁର ମଧ୍ୟ କରିଛନ୍ତି ।
ସାଇବର ଅପରାଧକୁ ଚିହ୍ନଟ କରିବା, ରୋକିବା ଏବଂ ବିଭିନ୍ନ ପ୍ରକାର ସାଇବର ଠକେଇ ଓ ସାଇବର ବିପଦର ନିୟନ୍ତ୍ରଣ ପାଇଁ ତଦନ୍ତ କରିବା କ୍ଷେତ୍ରରେ ଏହି କମାଣ୍ଡ ସେଣ୍ଟର ଏକ ବିଶେଷଜ୍ଞ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହାର ମୁଖ୍ୟତଃ ୪ଟି ମୁଖ୍ୟ ଶାଖା ରହିବ। ଏହି ଶାଖା ଗୁଡିକ ହେଉଛି- ସାଇବର କ୍ରାଇମ ହେଡକ୍ୱାର୍ଟର୍ସ, ଷ୍ଟେଟ ସାଇବର କ୍ରାଇମ ପୋଲିସ ଷ୍ଟେସନ, ସାଇବର ରିସୋର୍ସ ସେଣ୍ଟର ଏବଂ AI ପ୍ରେଡିକ୍ଟିଭ୍ ପୋଲିସିଙ୍ଗ୍ ଆଣ୍ଡ ଡାଟା ଆନାଲିଟିକ୍ସ ସେଣ୍ଟର (AI Predictive Policing & Data Analytics Centre) ।
