Latest Odisha News

BREAKING NEWS

ରାଜଧାନୀରୁ ୨୫ଟି ସୁନା ବିସ୍କୁଟ୍ ଜବତ, ଦୁଇ ଜଣଙ୍କୁ ଗିରଫ କଲା ଡିଆରଆଇ

ଭୁବନେଶ୍ୱର: ପୁଣି ସୁନା ବିସ୍କୁଟ୍ ଜବତ ହୋଇଛି । କୋଲକାତାରୁ ଭୁବନେଶ୍ୱର ଦେଇ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ କାରରୁ ପ୍ରାୟ ୩ କୋଟି ୮୩ ଲକ୍ଷ ଟଙ୍କାର ୨୫ଟି ସୁନା ବିସ୍କୁଟ୍ ଜବତ କରିଛି ଡିଆରଆଇର ହାଇଦ୍ରାବାଦ ଜୋନାଲ ୟୁନିଟ୍ । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସୁନା ଚୋରାଚାଲାଣ ହେଉଥିବା ଖବର ପାଇ ଡିଆରଆଇର ହାଇଦ୍ରାବାଦ ଜୋନାଲ ୟୁନିଟ୍ ଚଢ଼ାଉ କରିଥିଲା। ଏହି ସମୟରେ କାର୍‌ର ଲାଇଟ୍ ପଛପଟେ ସ୍ୱତନ୍ତ୍ର ଭାବେ ତିଆରି ଏକ ଗୁପ୍ତ ଚାମ୍ବର ଠାବ ହୋଇଥିଲା। ଏହା ଭିତରେ ବାଦାମୀ ରଙ୍ଗର ଟେପ୍‌ ଦ୍ବାରା ଗୁଡ଼ା ହୋଇ ରହିଥିଲା ୩ଟି ପ୍ୟାକେଟ୍। ପ୍ୟାକେଟ ଗୁଡ଼ିକୁ ଖୋଲିବା ପରେ ସେଥିରୁ ବାହାରିଥିଲା ୨୫ଟି ସୁନା ବିସ୍କୁଟ୍ ।

ଜବତ ସୁନା ବିସ୍କୁଟର ଓଜନ ୨ କିଲୋ ୯୮୦ ଗ୍ରାମ ହୋଇଥିବା ବେଳେ ଜବତ ସୁନାର ଆନୁମାନିକ ବଜାର ମୂଲ୍ୟ ୩ କୋଟି ୮୩ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଜବତ ସୁନା ବିସ୍କୁଟ୍ ମଧ୍ୟରୁ କିଛିରେ ବିଦେଶୀ ଚିହ୍ନ ରହିଥିବା ବେଳେ ଅନ୍ୟ କିଛି ବିସ୍କୁଟରୁ ଚିହ୍ନ ଲିଭାଇ ଦିଆଯାଇଥିବା ଜଣାପଡ଼ିଛି । ଏହା ପଛରେ ରହିଥିବା ଚୋରାଚାଲାଣ ନେଟୱର୍କ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ।

Leave A Reply

Your email address will not be published.