Latest Odisha News

BREAKING NEWS

ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା; ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି କଲା ପୁରୀ ପୋଲିସ

ପୁରୀ: ପଞ୍ଚୁକ ଓ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। ଯାହାକୁ ନଜରରେ ରଖି ପୋଲିସ ପକ୍ଷରୁ ନଭେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଏକ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଯାନବାହାନ ଚଳାଚଳକୁ ଶୃଙ୍ଖଳିତ ରଖିବା ଏବଂ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ସୁବିଧା ଯୋଗାଇବା ଲକ୍ଷ୍ୟରେ, ଏହି ନିର୍ଦ୍ଦେଶାବଳୀରେ ବିଭିନ୍ନ ପ୍ରବେଶ ପଥରେ ବସ୍, ଚାରି ଚକିଆ ଏବଂ ଦୁଇ କିମ୍ବା ତିନି ଚକିଆ ଗାଡ଼ି ପାଇଁ ସ୍ୱତନ୍ତ୍ର ରାସ୍ତା ଓ ପାର୍କିଂ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।

ଅନ୍ତଃରାଜ୍ୟ ଏବଂ ସ୍ଥାନୀୟ ପର୍ଯ୍ୟଟକ ବସ୍‌ଗୁଡ଼ିକ ପାଇଁ ବ୍ୟବସ୍ଥା: 

ଅନ୍ତଃରାଜ୍ୟ ପର୍ଯ୍ୟଟକ ବସ୍‌ଗୁଡ଼ିକ ମାଳତୀପାଟପୁର ନୂତନ ବସ୍ ଷ୍ଟାଣ୍ଡରେ ପାର୍କିଂ କରିବେ। ସ୍ଥାନୀୟ ପର୍ଯ୍ୟଟକ ବସ୍‌ଗୁଡ଼ିକ ତାଳବଣିଆ ପଡ଼ିଆରେ ପାର୍କିଂ କରିବେ ଏବଂ ସେଠାରୁ ଯାତ୍ରୀମାନଙ୍କୁ ନେଇ ଭୁଦାନ, ଗ୍ରୀଡ୍ ଷ୍ଟେସନ୍-ଆରଓବି (ROB)-ମାଳତୀପାଟପୁର ଓ ଭୁବନେଶ୍ୱର (BBSR) ଦେଇ ଯାତ୍ରା କରିବେ। ସାତପଡ଼ା ଅଭିମୁଖେ ଯାଉଥିବା ବସ୍‌ଗୁଡ଼ିକ ତାଳବଣିଆ–ଗ୍ରୀଡ୍ ଷ୍ଟେସନ୍–ମାଳତୀପାଟପୁର ଆରଓବି–ବାଟଗାଁ–ମଙ୍ଗଳାଘାଟ ବ୍ରିଜ୍–ବ୍ରହ୍ମଗିରି ରାସ୍ତା ଦେଇ ଯିବେ।

ନିୟମିତ ଏବଂ ସହରୀ ବସ୍‌ଗୁଡ଼ିକ ପାଇଁ ବ୍ୟବସ୍ଥା: ଭୁବନେଶ୍ୱର ଓ କଟକରୁ ଆସୁଥିବା ନିୟମିତ ବସ୍‌ଗୁଡ଼ିକ ବୀର ହରେକୃଷ୍ଣପୁର, ଚାରିନଳା, ଅଠରନଳା, ମେଡିକାଲ୍ ଛକ, ବଡ଼ଶଙ୍ଖ ଓ ମ୍ୟୁନିସିପାଲିଟି ବସ୍ ଷ୍ଟାଣ୍ଡ (ପ୍ରବେଶ ଦ୍ୱାର) ଦେଇ ଭିତରକୁ ପ୍ରବେଶ କରିବେ। ଫେରିବା ସମୟରେ ସେଗୁଡ଼ିକ ବସ୍ ଷ୍ଟାଣ୍ଡର ପ୍ରସ୍ଥାନ ଦ୍ୱାର, ମାଟିଆପଡ଼ା, ପୁରୁଣା ନବକଳେବର ରୋଡ୍, ବନମ୍ବର କ୍ରସିଂ ଓ ଅଠରନଳା ଦେଇ ଯିବେ।

ସେହିପରି କୋଣାର୍କରୁ ଆସୁଥିବା ବସ୍‌ଗୁଡ଼ିକ ବୈଦାସ ନଗର ଛକ, ବୀର ହରେକୃଷ୍ଣପୁର, ଅଠରନାଳା, ମେଡିକାଲ୍ ଛକ, ବଡ଼ଶଙ୍ଖ ଓ ମ୍ୟୁନିସିପାଲିଟି ବସ୍ ଷ୍ଟାଣ୍ଡ ଦେଇ ଆସିବେ ଏବଂ ଫେରିବା ବେଳେ ମାଟିଆପଡ଼ା ଛକ, ମାଟିଆପଡ଼ା ଆରଓବି ଓ ଗ୍ରୀଡ୍ ଷ୍ଟେ ଟାଉନ୍ ବସ୍‌ଗୁଡ଼ିକ ମାଳତୀପାଟପୁର ନୂତନ ବସ୍ ଷ୍ଟାଣ୍ଡ, ମ୍ୟୁନିସିପାଲିଟି ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍ ଏବଂ ତାଳବଣିଆ ମଧ୍ୟରେ ଚଳାଚଳ କରିବ। ଏଗୁଡ଼ିକ ମନ୍ଦିର ଆଡ଼କୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ଏବଂ ସୁବାସ ବୋଷ, ଦିଗାବରେଣି, କୋକୋପ୍ଲାମ୍ ଓ ଲୋକନାଥ ରୋଡ୍ ଦେଇ ଛପନ ଛକ ପର୍ଯ୍ୟନ୍ତ ଯିବ।

Leave A Reply

Your email address will not be published.