ଭୁବନେଶ୍ୱର:ଦୁଇଟି ପ୍ରତିଷ୍ଠିତ ଫିଲ୍ମ ଫେଷ୍ଟିଭାଲ୍ ପାଇଁ ମନୋନୀତ ହେଲା ଓଡ଼ିଆ ଫିଲ୍ମ ‘ଉର୍ମି’। ୩୧ତମ କେରଳ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFK) ଏବଂ ୩୨ତମ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (KIFF) ପାଇଁ ଆନୁଷ୍ଠାନିକ ଭାବେ ମନୋନୀତ ହୋଇ ହୋଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନ ଏହି ସଫଳତା ପାଇଁ ଚଳଚ୍ଚିତ୍ରର କଳାକାର, ଏବଂ ସମଗ୍ର ଟିମ୍ କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଓଡ଼ିଆ ସିନେମା ଏବଂ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।
Odia stories are finding wider recognition, taking the rich cultural heritage and creative spirit of Odisha to wider audiences. The official selection of ‘URMI’ at the 31st International Film Festival of Kerala (IFFK) and the 32nd Kolkata International Film Festival (KIFF) marks another significant milestone in this journey.
Heartiest congratulations to the entire team on this remarkable achievement. Such recognition strengthens the presence of Odia cinema and inspires a new generation of storytellers.
May Odia cinema continue to transcend boundaries and earn acclaim on the global stage.
— Mohan Charan Majhi (@MohanMOdisha) November 22, 2026
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ କାହାଣୀ ଗୁଡ଼ିକ ବର୍ତ୍ତମାନ ବ୍ୟାପକ ସ୍ୱୀକୃତି ପାଉଛି । ଯାହା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସୃଜନଶୀଳ ଭାବନାକୁ ଏକ ବିଶାଳ ଦର୍ଶକ ଗୋଷ୍ଠୀ ନିକଟରେ ପହଞ୍ଚାଉଛି।
ସେ କହିଛନ୍ତି ଯେ, ଏଭଳି ସ୍ୱୀକୃତି କେବଳ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ଓଡ଼ିଆ ସିନେମାର ଉପସ୍ଥିତିକୁ ସୁଦୃଢ଼ କରିବ ନାହିଁ, ବରଂ ଚଳଚ୍ଚିତ୍ର ନିର୍ମାତା ଓ କାହାଣୀକାରମାନଙ୍କର ଏକ ନୂତନ ପିଢ଼ିକୁ ମଧ୍ୟ ଅନୁପ୍ରାଣିତ କରିବ।
