Latest Odisha News

BREAKING NEWS

ଦାବି ପୂରଣ ପାଇଁ ଅଭିନବ ପ୍ରତିବାଦ: ୩୩ କେଭି ଟାୱାର ଉପରେ ଚଢ଼ିଲେ ଛଟେଇ କର୍ମଚାରୀ

ଭୁବନେଶ୍ୱର: ରାଜଧାନୀରେ ବିଭିନ୍ନ ବିଦ୍ୟୁତ ଟାୱାରରେ ଚଢ଼ି ଅଭିନବ ପ୍ରତିବାଦ। ଆଚାର୍ଯ୍ୟବିହାର, ସତ୍ୟବିହାର, ହାଇଟେକ ସ୍ଥିତ ଟାୱାରରେ ଚଢ଼ି ପ୍ରତିବାଦ କରୁଛନ୍ତି ଛଟେଇ କର୍ମଚାରୀ। ମଞ୍ଚେଶ୍ବର ପାଖରେ ମଧ୍ୟ ଟାୱାର ଉପରେ ଚଢ଼ି ପ୍ରତିବାଦ କରୁଥିବା ନଜରକୁ ଆସିଛି। ଦାବି ପୂରଣ ପାଇଁ କେହି ଶୁଣୁ ନଥିବାରୁ ଟାୱାର ଉପରୁ ପ୍ରତିବାଦ କରୁଛନ୍ତି ଛଟେଇ କର୍ମଚାରୀ। ଲୋୟର ପିଏମ୍‌ଜିରେ କିଛି ଦିନ ହେଲା ଧାରଣାରେ ବସିଥିଲେ।

ଚାକିରିରୁ ବହିଷ୍କାର ପ୍ରତିବାଦରେ ୩୩ କେଭି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରିଛନ୍ତି ୪ ଜଣ ଠିକା ବିଦ୍ୟୁତ୍ କର୍ମଚାରୀ। ଟାୱାର ଉପରେ କର୍ମଚାରୀଙ୍କ ପ୍ରତିବାଦକୁ ନେଇ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି । ଦୀର୍ଘଦିନ ଧରି ଛଟେଇ ବିରୋଧରେ ଲୋୟର ପିଏମ୍‌ଜିରେ ଧାରଣା ଦେଇଆସୁଥିଲେ ଠିକା ବିଦ୍ୟୁତ୍ କର୍ମଚାରୀ । ବର୍ଷା, ଖରାକୁ ଖାତିର ନକରି ନିଜ ଦାବି ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ ।

ଶେଷରେ ନିରାଶ ହୋଇ ଏଭଳି ଚରମ ପ୍ରତିବାଦର ପନ୍ଥା ଆପଣାଇଥିବା ସେ କହିଛନ୍ତି। ଖବର ପାଇ କ୍ୟାପିଟାଲ ଥାନା ପୋଲିସ, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି କର୍ମଚାରୀମାନେ ପ୍ରତିବାଦ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.