Latest Odisha News

BREAKING NEWS

ଦିଲ୍ଲୀର ଏକ କାଫେରେ ସହକର୍ମୀଙ୍କ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ପ୍ରୀତି ବିହାର ସ୍ଥିର ଏକ କାଫେରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ୨୨ ବର୍ଷୀୟ ମହିଳାଙ୍କୁ ତାଙ୍କ ସହଯୋଗୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୩ଜଣଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ପୋଲିସ ସୂଚନା ଅନୁସାରେ ସୋମବାର ରାତିରେ କାଫେ ବନ୍ଦ ହେବା ପରେ କାଫେରେ କାମ କରୁଥିବା କିଛି କର୍ମଚାରୀଙ୍କ ଗୋଷ୍ଠୀ ମିଶି ପାର୍ଟି କରିବାକୁ ସ୍ଥିର କରିଥିଲେ । ସେଥିପାଇଁ ରାତି ପ୍ରାୟ ୧୧ଟା ୩୦ରେ କାଫେ ବନ୍ଦ ହେବା ପରେ ଜଣେ କର୍ମଚାରୀଙ୍କ ପାଖରେ ଚାବି ଥିବାରୁ ପୁଣି ଖୋଲିଲା କାଫେ ଅଉ ଆରମ୍ଭ ହେଲା ପାର୍ଟି । ୩ଜଣ ମହିଳା ଓ ୪ଜଣ ପୁରୁଷ ରହିଥିଲେ । ସମସ୍ତେ ୨ଟି ଭିନ୍ନ ଭିନ୍ନ କାଫେରେ କାମ କରୁଥିଲେ ବୋଲି ପୋଲିସ ସୂଚନା ଦେଇଛି । ଡେରି ରାତିରେ ସମସ୍ତେ ମିଶି ମଣ୍ଡାବାଲି ଯାଇଥିଲେ । ଏବଂ ଭୋର ୩ଟାରେ ଆଉ ଏକ କାଫେରେ ପହଂଚିଥିଲେ । ସମସ୍ତେ ମଦ୍ୟପାନ କରିଥିବା ପୋଲିସ ସୂଚନା ଦେଇଛି । ସାଢେ ୩ଟା ସମୟରେ ୨ଜଣ ସହ ଯୋଗୀ ସମପୃକ୍ତ ମହିଳାଙ୍କୁ ଅସଦାଚରଣ ସହ ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଏବଂ ସମସ୍ତ ସହଯୋଗୀ ତାଙ୍କ ସାଥ୍ ଦେଇଥିଲେ ବୋଲି ମହିଳା ଜଣଙ୍କ ପୋଲିସକୁ ଜଣାଇଥିଲେ । ପରେ ପରେ ସମସ୍ତେ ଯେ ଯାହା ଘରକୁ ଚାଲି ଯାଇଥିଲେ । ଭୋର ୫ଟାରେ ଥାନାରେ ପହଂଚି ମାମଲା ରୁଜୁ କରିଥିଲେ ସମ୍ପୃକ୍ତ ମହିଳା । ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କୁ ଗିରଫ କରାଯାଇଛି । ବାକି ୩ଜଣ ଫେରାର ଥିବା ପୋଲିସ କହିଛି । ଖୁବଶୀଘ୍ର ବାକି ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି । ଘଟଣା ପରେ ସମ୍ପୃକ୍ତ କାଫେକୁ ସିଲ୍ କରିଛି ପୋଲିସ ।

Leave A Reply

Your email address will not be published.