Latest Odisha News

BREAKING NEWS

A Unusual Wedding: ପରିବାର ପାଇଁ ଅଲୋଡା ବୃଦ୍ଧ-ବୃଦ୍ଧାଙ୍କ ନିଆରା ବିବାହ,ଏକାକୀପଣରୁ ସାଥୀ ପାଇବାର କାହାଣୀ…

ହିମାଚଳପ୍ରଦେଶ: ୭୫ ବର୍ଷୀୟ ବରକୁ ୬୩ ବର୍ଷୀୟ କନିଆ । ପରିବାରଲୋକ ଘରୁ କାଢିଦେଲେ, ଜୀବନରୁ ଅଲଗା କରିଦେଲେ । ହେଲେ ବୃଦ୍ଧାଶ୍ରମରେ ଜୀବନସାଥୀ ବାଛିନେଲେ ହିମାଚଳପ୍ରଦେଶର ଜଣେ ୭୫ ବର୍ଷୀୟ ବ୍ୟକ୍ତି । ସାଥୀ ଓ ଜୀବନରେ ବଂଚିବାର ନୂଆ ସୁଯୋଗ ପାଇବାର ଏକ ହୃଦୟସ୍ପର୍ଶୀ କାହାଣୀ । ହିମାଚଳପ୍ରଦେଶ ବିଳାସପୁର ଜିଲ୍ଲାରେ ଥିବା ଏକ ବୃଦ୍ଧାଶ୍ରମରେ ଦୁଇ ଅନ୍ତେବାସୀ ମଧ୍ୟରେ ହୋଇଛି ନିଆରା ଓ ଅନନ୍ୟ ବିବାହ । ଘାଘାସ ସ୍ଥିତ ଅପନା ଘରରେ ୭୫ ବର୍ଷୀୟ କହ୍ନେୟା ଲାଲ୍ ଓ ୬୩ ବର୍ଷୀୟ ସବିନା ହିନ୍ଦୁ ରିତୀନୀତିରେ ବିବାହ କରିଛନ୍ତି । ବୃଦ୍ଧାଶ୍ରମର ଅନ୍ୟ ଅନ୍ତେବାସୀ, କର୍ମଚାରୀଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି । ଏହି ନିଆରା ବାହାଘରରେ ବିଳାସପୁରର ଡେପୁଟି କମିଶନର କିରଣ ଭଦାନା ସାମିଲ ହୋଇଥିଲେ । ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ମଧ୍ୟ ଦେଇଥିଲେ । ଉଭୟଙ୍କ ବିବାହର ପ୍ରତ୍ୟେକ ରିତନୀତି ଉତ୍ସବର ସହ ପାଳନ କରାଯାଇଥିଲା । ଯେମିତିକି ହଲଦୀ, ମେହେନ୍ଦି ସବୁ ଖୁବ ସୁନ୍ଦର ଭାବେ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବ ବୃଦ୍ଧାଶ୍ରମରେ ଏକ ଖୁସିର ମୁହୂର୍ତ୍ତ ଆଣିଦେଇଥିଲା । ବୃଦ୍ଧାଶ୍ରମର ଏହି ପ୍ରୟାସକୁ ସମସ୍ତେ ଖୁବ୍ ପ୍ରଶଂସା କରିଛନ୍ତି । ବୟସ ନିର୍ବିଶେଷରେ ସମସ୍ତଙ୍କର ଏକ ପରିର୍ପୂଣ୍ଣ ଜୀବନଯାପନ କରିବାର ଅଧିକର ରହିଛି । ତାହା ଏଠାରେ ପ୍ରମାଣିତ ହୋଇଛି । ବୟସ ହେଉଛି ଗୋଟିଏ ନମ୍ବର ଜୀବନ ଉପଭୋଗ କରିବା କିମ୍ବା ଅଧିକ ବୟସରେ ସାଥୀ ଖୋଜିବା ଭୁଲ୍ ନୁହେଁ ବୋଲି ସମସ୍ତେ କହିଛନ୍ତି ।

ଦମ୍ପତ୍ତିଙ୍କ ବିବାହ ପଛର କାହାଣୀ
୨୦୨୨ରେ କହ୍ନେୟା ଲାଲଙ୍କୁ ଏକ ଗୁମ୍ଫାରୁ ଉଦ୍ଧାର କରି ବୃଦ୍ଧାଶ୍ରମ ଅଣାଯାଇଥିଲା । ପୂର୍ବରୁ ସେ ତାଙ୍କ ପରିବାର ସହ ରହୁଥିଲେ । ପତ୍ନୀଙ୍କ ମୃତ୍ୟୁପରେ ସମ୍ପତ୍ତି ଭାଇମାନଙ୍କ ନାମରେ କରିଦେଇଥିଲେ । ପରେ ତାଙ୍କୁ ପରିବାରରୁ ବାହାର କରିଦିଆଯାଇଥିଲା । ମଣ୍ଡି ଜିଲ୍ଲା ଥୁନାଗରେ ତାଙ୍କ ଘର । ସେପଟେ ସବିନା ହେଉଛନ୍ତି କୋଲକାତାର । ଘରୁ ବାହାରି ଆସି ବୁଲୁ ବୁଲୁ ହିମାଚଳରେ ପହଂଚିଥିଲେ । ୨୦୨୫ରେ ତାଙ୍କୁ ବୃଦ୍ଧାଶ୍ରମରେ ରଖାଯାଇଥିଲା । ଉଭୟ କହ୍ନେୟା ଓ ସବିନା ଗୋଟିଏ ସ୍ଥାନରେ ରହୁଥିଲେ, ସେମାନଙ୍କ ମଧ୍ୟରେ ଆପଣାପଣ ସୃଷ୍ଟିି ହେବାରୁ ଏକାଠି ଜୀବନ ବିତାଇବାକୁ ନିଷ୍ପତ୍ତି ନେଲେ । ଏମାନଙ୍କ ନିଷ୍ପତ୍ତି ସମାଜ ପାଇଁ ଗୁରୁତ୍ୱପୂଣ୍ଣ ର୍ ବାର୍ତ୍ତା ବହନ କରୁଥିବା ସଂସ୍ଥାର ପ୍ରତିଷ୍ଠାତା କହିଛନ୍ତି । ବିବାହ ପରେ ଉଭୟ ହିମାଚଳର ସୋଲାନ ଜିଲ୍ଲା ନାଲାଗଡରେ ଏକ ନୂଆ ବୃଦ୍ଧାଶ୍ରମରେ ରହି ନୂଆ ଜୀବନ ଆରମ୍ଭ କରିବେ । ଉଭୟଙ୍କ ପାଇଁ ଏହା କେବଳ ବିବାହ ନୁହେଁ ବଂଚିବାର ରାହା, ପରସ୍ପରକୁ ଘର ବୋଲି କହିବାର ଏକ ନିଆରା ଠିକଣା ପାଇଛନ୍ତି ଉଭୟ । ବର୍ଷ ବର୍ଷ ଧରି ଏକାକୀ ଓ ଅନିଶ୍ଚିତତାରୁ ଦୂରେଇ ସାଥୀ ପାଇଛନ୍ତି ଦୁହେଁ ।

Leave A Reply

Your email address will not be published.