Latest Odisha News

BREAKING NEWS

ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ସମେତ ବିଗ୍ ବିଙ୍କ ଜଲସା ବଙ୍ଗଳାଙ୍କୁ ମିଳିଲା ବୋମା ଧମକ

ମୁମ୍ବାଇ: ପୁଣି ବିଗ୍ ବିଙ୍କ ଜଲସାକୁ ବୋମାରେ ଉଡାଇବାକୁ ମିଳିଲା ଧମକ । ମୁମ୍ବାଇ ମେୟର ରିତୁ ତାୱଡେ ଏବଂ ମ୍ୟୁନିସିପାଲ କମିଶନର ଅଶ୍ୱିନୀ ଭିଡେଙ୍କୁ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଛି। ଏହି ଇମେଲ ରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଜଲସାକୁ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି।

ଏହି ଇମେଲରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରି ଅନ୍ୟ ଅନେକ ସ୍ଥାନ ବିଷୟରେ ମଧ୍ୟ ଉଲ୍ଲେଖ କରିଛି । ଏହା ସହିତ ୧୯୮୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶବ୍ୟାପୀ ଦେଖା ଦେଇଥିବା ଶିଖ ବିରୋଧୀ ଦଙ୍ଗାର ମଧ୍ୟ ଉଲ୍ଲେଖ କରିଛି ।

ଏହି ଇମେଲ୍ ମେୟରଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଛି। ଏହା ବ୍ୟତୀତ ଇମେଲ୍ ଦାବି କରିଛି ଯେ ମୁମ୍ବାଇର ଜଲସା ବଙ୍ଗଳା ଏବଂ ଆଚାର୍ଯ୍ୟ ମେଟ୍ରୋ ଷ୍ଟେସନରେ ବୋମା ରଖାଯାଇଛି । ଏହି ସ୍ଥାନ ଗୁଡ଼ିକୁ ଟାର୍ଗେଟ କରିବାକୁ ଇମେଲରେ ଧମକ ଦିଆଯାଇଛି । ମୁମ୍ବାଇରେ ବୋମା ଧମକ ଆତଙ୍କ ସୃଷ୍ଟି କରିଛି । ମେଲଟି ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Leave A Reply

Your email address will not be published.