ଭୁବନେଶ୍ୱର: ଓଡ଼ିଶାରେ କମିଛି ବଜ୍ରପାତ ଜନିତ ମୃତ୍ୟୁ । ରାଜ୍ୟରେ ବଜ୍ରପାତର ତୀବ୍ରତା ଓ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା (Early Warning System) ଯୋଗୁଁ ମୃତ୍ୟୁ ସଂଖ୍ୟା କମିଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟରେ ୨୦୨୧-୨୨ରେ ବଜ୍ରପାତରେ ୩୫୦ ଜଣଙ୍କ ଜୀବନ ଯାଇଛି । ସେହିପରି, ୨୦୨୪-୨୫ରେ ୨୪୩ ଓ ୨୦୨୫-୨୬ରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଚଳିତ ବର୍ଷ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼, ବଜ୍ରପାତ, ସାପ କାମୁଡ଼ା ଓ ପାଣିରେ ବୁଡ଼ି ୪୬୪ ଜଣଙ୍କ ଜୀବନ ଯାଇଛି ।
ରାଜ୍ୟର ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ୱର, କେନ୍ଦୁଝର ଓ କଟକ ଆଦି ଜିଲ୍ଲାକୁ ବଜ୍ରପାତପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ କେନ୍ଦ୍ର ସରକାରଙ୍କ Lightning Safety Mitigation Project କାର୍ଯ୍ୟକାରୀ ହେଉଛି । ଏଥିସହ ତାଳଗଛ ରୋପଣ ପାଇଁ ୧୪ କୋଟି ୭୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ସଚେତନତା କାର୍ଯ୍ୟକ୍ରମ ପାଇଁ ଜିଲ୍ଲାଗୁଡ଼ିକୁ ୨୦ କୋଟି ଟଙ୍କା ଦିଆଯାଇଛି ।
