ଭୁବନେଶ୍ୱର: ପୋଲିସ ବିଭାଗରେ ମହିଳା କର୍ମଚାରୀଙ୍କ ଡୁ୍ୟଟି ସମୟ ହେବ ସୁବିଧାଜନକ ଓ ସୁରକ୍ଷିତା ପାରିବାରିକ ଦାୟିତ୍ୱ ଥାଉ କି ଡୁ୍ୟଟିର ଚାପ ମହିଳା ପୋଲିସଙ୍କ ଦାୟିତ୍ୱ ନେବ ଓଡିଶା ପୋଲିସ । ଏଥିପାଇଁ ନୂଆ ଗାଇଡଲାଇନ ପ୍ରସ୍ତୁତ ହୋଇଛି । ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ କାମରେ ମିଲିବ ଆଶ୍ୱସ୍ତି, ମିଳିବନି କଠିନ ଡ୍ୟୁଟି । ମହିଳା ପୋଲିସଙ୍କ ଅଭିଯୋଗ ଶୁଣିବେ ମହିଳା ଅଧିକାରୀ । ଗର୍ଭବତୀ ମହିଳାଙ୍କ ପ୍ରି ଓ ପୋଷ୍ଟ ପ୍ରେଗନେନ୍ସି ଦାୟିତ୍ୱ ନେବ ପୋଲିସ ବିଭାଗ । ଏଥିପାଇଁ ଛୁଟି ଆବେଦନ ମାତ୍ରେ ହିଁ ମିଳିବ ଛୁଟି । ପ୍ରେଗନେନ୍ସି ସମୟରେ ଶାରିରୀକ ଓ ମାନସିକ ସ୍ତରରେ ସ୍ଥିର ରହିବା ନିହାତି ଜରୁରୀ । ତେଣୁ ସେହି ସମୟରେ ମହିଳାଙ୍କ ବିଶେଷ ଧ୍ୟାନ ନେବ ଓଡିଶା ପୋଲିସ । ୩ ବର୍ଷ କମ୍ ବୟସ ହୋଇଥିବା ପିଲା ଥିବା ମହିଳା ପୋଲିସଙ୍କୁ ରାତି ଡ୍ୟୁଟି ଓ ଗାଡ ର୍ ଡ୍ୟୁଟିରୁ ରିହାତି ମିଳିବ । ରାତି ପାଟ୍ରୋଲିଂ ଏବଂ ଥାନାରେ ହାର୍ଡ ଡ୍ୟୁଟି କରୁନାହାନ୍ତି ମହିଳା ଅଫିସର । ଫଳରେ ସେ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ ।
ଥାନାବାବୁ ନଶୁଣିଲେ ଗ୍ରିଭାନ୍ସ ପାଇଁ ଏସଡିପିଓ, ଏସପିଙ୍କ ନିକଟକୁ ଯାଇପାରିବେ ନଚେତ ସିଧାସଳଖ ଡିଜିଙ୍କ ପାଖରେ ଅଭିଯୋଗ ରଖିପାରିବେ ମହିଳା ପୋଲିସ କର୍ମଚାରୀ । ଏହାଛଡା ବଷ ର୍କୁ ଅତିରିକ୍ତ ୧୨ ଦିନ କାଜୁଆଲ ଲିଭ୍ ମିଳିବ ବୋଲି ନୂଆ ଗାଇଡାଇନରେ ଉଲ୍ଲେଖ ହୋଇଛି । ମାସିକ ଧର୍ମ ସମୟରେ ହାର୍ଡ ଡ୍ୟୁଟି କରୁଥିବା ମହିଳା ପୋଲିସ କର୍ମଚାରୀଙ୍କୁ କମ୍ କାମ ଚାପ ଥିବା ଡ୍ୟୁଟି ଦିଆଯିବ । ପୋଲିସଷ୍ଟେସନ, ରିଜର୍ଭ ଅଫିସ କିମ୍ବା ଡ୍ୟୁଟି ଲୋକେସନରେ ଆବଶ୍ୟକୀୟ ଏବଂ ସ୍ୱତନ୍ତ୍ର ଭାବେ ମହିଳା ପୋଲିସ କର୍ମଚାରୀଙ୍କ ପାଇଁ ସଫା ସୁତୁରା ଶୌଚାଳୟ ଏବଂ ଆରାମ ନେବା ପାଇଁ ବନେ୍ଦାବସ୍ତ କରାଯିବ । ଏହିପରି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଗାଇଡଲାଇନ ଜାରି କରିଛି ଓଡିଶା ପୋଲିସର କ୍ରାଇମ ଏଗେନଷ୍ଟ ୱିମେନ୍ ଆଣ୍ଡ ଚିଲଡ୍ରେନ୍ ୱିଙ୍ଗ ।
