Latest Odisha News

ଭଦ୍ରକରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ଭଦ୍ରକ: ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଟାଉନ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତକ ମହିଳା ହେଲେ ତିହିଡି ଝିଙ୍କିରିଆ ଗାଁର ପାକିଲି ଘଡେଇ।

ସୂଚନାଯୋଗ୍ୟ, ସ୍ୱାମୀ ସ୍ତ୍ରୀ କଳିକୁ ନେଇ ଗତକାଲି ବିଷ ଖାଇଥିଲେ ମହିଳା। ଗତକାଲି ରାତିରେ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ମେଡିକାଲରେ ନର୍ସ ଠାରୁ ଆରମ୍ଭ କରି ଡାକ୍ତର ପର୍ୟ୍ୟନ୍ତ କେହି ମଧ୍ୟ ମହିଳା ଜଣଙ୍କୁ ଠିକ ସମୟରେ ଚିକିତ୍ସା କରିନଥିଲେ । ଏପରିକି ଲାଞ୍ଚ ଟଂକା ଦେବା ପରେ ଯାଇ ନର୍ସ ଜଣଙ୍କ ଚିକିତ୍ସା କରିବାକୁ ଆସିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମହିଳା ଜଣଙ୍କ ବିଷ ପିଇବା ପଛରେ ଯୌତୁକ ନିର୍ୟାତନକୁ ଦାୟୀ କରିଛନ୍ତି ପରିବାର ଲୋକେ। ଘଟଣାକୁ ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରାଯାଇଥିବାବେଳେ ଘଟଣାର ଯାଞ୍ଚ ଆରମ୍ଭ କରିଛି ପୋଲିସ ।

Comments are closed.