ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକଜିକ୍ୟୁଟିଭ ଇଂଜିନିୟର ଗିରଫ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଏକ ସ୍ଵତନ୍ତ୍ର ଟିମ ଏକଜିକ୍ୟୁଟିଭ ଇଂଜିନିୟର ମାନସ ରଞ୍ଜନ ମହାନ୍ତିଙ୍କୁ ଭୁବନେଶ୍ବର ପଟିଆରୁ ଗିରଫ କରିଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୯ତାରିଖ ଦିନ ଏକ ରାସ୍ତା କାର୍ଯ୍ୟରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଏହି ବିଭାଗର ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡାଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ ପଠାଇଥିଲା । ବିଭାଗୀୟ ଅଧିକାରୀ ମାନସ ମହାନ୍ତି ଏହି ମାମଲାରେ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ସେହି ଦିନଠାରୁ ମାନସ ମହାନ୍ତି ଫେରାର ଥିବାବେଳେ ଭଦ୍ରକରେ ଏକ ଭଡାଘରେ ରହୁଥିବା ନେଇ ଜଣାପଡିଥିଲା । ଭଦ୍ରକର ଭଡାଘରକୁ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା ।
ତେବେ ଭିଜିଲାନ୍ସ ବିଭାଗ ମାନସ ମହାନ୍ତିଙ୍କ ଉପରେ ନଜର ରଖିଥିବାବେଳେ ଆଜି ତାଙ୍କୁ ଭୁବନେଶ୍ୱରର ପଟିଆ ଅଞ୍ଚଳରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ଗିରଫ କରିଥିବା ସୂଚନା ମିଳିଛି ।
Comments are closed.