ଚଣ୍ଡିଗଡ: ଗୋଟିଏ ପଟେ କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଚିନ୍ତାରେ ଥିବା ବେଳେ ଏହାକୁ ରୋକିବା ପାଇଁ ବାଟ ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ମହାଲି ଆଇଜରର ଡାକ୍ତର ସମ୍ରାଟ ଘୋଷ ଏହି ମାରାତ୍ମକ ରୋଗରୁ ବଂଚିବାର ବାଟ ବାହାର କରିଛନ୍ତି । ତାଙ୍କ ମତରେ ପ୍ରତି ଦିନ ନିଜ ଘରକୁ ଭାକ୍ୟୁମ କ୍ଲିନର୍ ଦ୍ୱାରା ସଫା କଲେ ବହୁ ପ୍ରକାର ଭୂତାଣୁ ଜନ୍ମ ରୋକାଯାଇ ପାରିବ । ଏହା ସହ କରୋନା ଭୂତାଣୁକୁ ବ୍ୟାପିବାରୁ ରୋକାଯାଇପାରିବ ବୋଲି ସେ କହିଛନ୍ତି ।
ଏହି ମାରାତ୍ମକ ଭୂତାଣୁକୁ ରୋକିବା ପାଇଁ ସାରା ବିଶ୍ୱର ବୈଜ୍ଞାନିକ ଦିନ ରାତି ଏକ କରି ଗବେଷଣାରେ ଲାଗିଛନ୍ତି । ବର୍ତମାନ ସୁଦ୍ଧା ଏହାକୁ ପ୍ରତିହତ କରିବା ଭଳି କୌଣସି ଔଷଧ ତିଆରି କରାଯାଇ ପାରି ନାହିଁ । ତେବେ ଗବେଷଣାରୁ ଏତିକି ସ୍ପଷ୍ଟ ହୋଇଛି ଯେ, କରୋନା ଭାଇରସ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ସେମାନଙ୍କୁ ଆକ୍ରମଣ କରିଥାଏ । ତେଣୁ ଭୂତାଣୁ ଆକ୍ରମଣକୁ ରୋକିବା ସହ ନିଜର ଇମ୍ୟୁନି ସିଷ୍ଟମକୁ ବଢାଇବା ଜରୁରୀ ବୋଲି ଡାକ୍ତର ସମ୍ରାଟ ଘୋଷ କହିଛନ୍ତି । ତେଣୁ ଏହା ପ୍ରଭାବରୁ ବଂଚିବାର ବାଟ ହେଉଛି ସଫା ରହିବା । ଭାକ୍ୟୁମ କ୍ଲିନର ଜରିଆରେ ସଫା ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଲୁଣ ପାଣିରେ ନିଜ ଘରକୁ ସଫା କରିବାକୁ ସେ କହିଛନ୍ତି ।
BREAKING NEWS
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
Comments are closed.