Latest Odisha News

ଟିଭି ଫାଟି ମହିଳା ମୃତ; ସ୍ୱାମୀ ଓ ଛୁଆ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡରେ ଶନିବାର ଦିନ ଟିଭି ଫାଟି ମହିଳାଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଖବର ମିଳିଛି । ମୃତ ମହିଳାଙ୍କ ସ୍ୱାମୀ ଓ ୬ମାସର ଶିଶୁ ଗୁରୁତର ଆହତ ହୋଇଛନ୍ତି । ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ଟିଭି ଫାଟିଯାଇଥିବା ସନ୍ଦେହ କରାଯାଉଛି ।

ମୃତ ମହିଳା ଜଣକ ହେଉଛନ୍ତି ଧୁରୁହାଡିହି ଥାନା ଲହଣ୍ଡାଗୁଡ ଗାଁର ବବି ନାୟକ । ସେ ନିଜ ସ୍ୱାମୀ ଓ ଛୁଆ ସହିତ ଟିଭି ଦେଖିବାବେଳେ ଟିଭି ଫାଟିଯାଇଥିଲା ।

ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ରଙ୍କ କହିବାନୁସାରେ, ଟିଭି ଫାଟିବା ଯୋଗୁଁ ଏହାର କାଚ ଉଡି ଆସି ୩ଜଣଙ୍କୁ ଗୁରୁତର ଆହତ କରିଥିଲା । ଟିଭି ଫାଟି ଜୋରରେ ଶବ୍ଦ ହେବାରୁ ପଡୋଶୀ ପୁରା ପରିବାରକୁ ଉଦ୍ଧାର କରିଥିଲେ ଓ ଘରର ବିଦୁ୍ୟତ ଯୋଗାଣକୁ ବନ୍ଦ କରିଦେଇଥିଲେ । ପରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଆସି ୩ଜଣଙ୍କୁ ସୁନ୍ଦରଗଡ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବବି ନାୟକ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିବାବେଳେ ତାଙ୍କ ସ୍ୱାମୀ ଓ ଝିଅକୁ ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.