Latest Odisha News

BREAKING NEWS

ଭୁବନେଶ୍ୱରରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ହୃଦଘାତରେ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ରବିବାର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ କୋଲକାତାରୁ ବାଙ୍ଗାଲୁରୁ ଅଭିମୁଖେ ଯାଉଥିବା ଏହି ବିମାନରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ହଠାତ୍ ବିଗିଡି ଯିବାରୁ ବିମାନର ଜରୁରୀ ଅବତରଣ କରାଯାଇଥିବା ନେଇ ଜଣାପଡିଛି ।

ମୃତ ଯାତ୍ରୀ ଜଣଙ୍କ ପଶ୍ଚିମବଙ୍ଗର ବାସିନ୍ଦା ଲକ୍ଷ୍ମୀ ଦାସ ବୋଲି ଜଣାପଡିଛି । ଏହି ଯାତ୍ରୀ ଜଣକ ତାଙ୍କ ପୁଅ ସହ ଯାତ୍ରା କରୁଥିଲେ ବିମାନରେ । ସେ କୌଣସି କାରଣବଶତଃ ଅଚାନକ ଅସୁସ୍ଥତା ଅନୁଭବ କରିଥିଲେ । ଫଳରେ ଚିକିତ୍ସା ନିମନ୍ତେ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ସୂଚନା ମିଳିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ।

ପରବର୍ତ୍ତୀ ସମୟରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.