Latest Odisha News

BREAKING NEWS

ବିଧାନସଭାରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ, ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ୨୦୧୮-୧୯ ଲାଗି ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ।

ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବା ଅବସରରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ରାଜ୍ୟର ଶିକ୍ଷା, କୃଷି, ଗ୍ରାମୀଣ ବିକାଶ, ଶିଳ୍ପ, ସାମାଜିକ ନିରାପତ୍ତା ତଥା ମହିଳା ଓ ଶିଶୁ ବିକାଶକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହା ୧୨ ହଜାର ୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ।
ଏହି ଅତିରିକ୍ତ ବଜେଟରେ ସାମାଜିକ କ୍ଷେତ୍ର ଲାଗି ୧୩୫୦ କୋଟି ଟଙ୍କା, ସର୍ବଶିକ୍ଷା ଅଭିଯାନ ଲାଗି ୨୪୨ କୋଟି ଟଙ୍କା, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଲାଗି ୧୦୦ କୋଟି ଟଙ୍କା, ୭୫୦ କୋଟି ଟଙ୍କା ଶିକ୍ଷା ସହାୟକଙ୍କ ଦରମା, ଲୋକସଭା ଓ ରାଜ୍ୟ ବିଧାନସଭାର ଗୃହ ଚାଲିବା ନେଇ ୪୧କୋଟି, ଓଡ଼ିଶା  ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଓଏମଇପି) କାର୍ଯ୍ୟକ୍ରମ ଲାଗି ୧୩୬୪ କୋଟି ଟଙ୍କା, ସ୍ୱାସ୍ଥ୍ୟ ଲାଗି ୩୦୧ କୋଟି ଟଙ୍କା, ୨୫ କୋଟି ଟଙ୍କା ମଧୁବାବୁ ପେନସନ ଯୋଜନା, ୧ଟଙ୍କାର ଚାଉଳ ସ୍କିମ୍ ହିତାଧିକାରୀଙ୍କ ଲାଗି ୮୧କୋଟି ଟଙ୍କା, କୋଟି ୨୦ଟଙ୍କା ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅବଢା ଯୋଜନା, ୧୦୦ କୋଟି ଟଙ୍କା ସ୍ୱତନ୍ତ୍ର ଉନ୍ନୟନ ଫଣ୍ଡ, ୩୦ କୋଟି ଟଙ୍କା ଗ୍ରୀନ ମହାନଦୀ ମିଶନ, ୨୭ କୋଟି ଟଙ୍କା ବେସରକାରୀ କଲେଜ, ୧୨କୋଟି ଟଙ୍କା ମେକ୍ ଇନ କନକ୍ଲେଭ ଲାଗି, ୭୫ କୋଟି ଟଙ୍କା ବିଜୁ ଗ୍ରାମ ଯୋଜନା, ୫୨୭୬ କୋଟି ଟଙ୍କା ଗ୍ରାମୀଣ ଉନ୍ନୟନ, ୧୫୦୦ କୋଟି ଟଙ୍କା ବିଜୁ ପକ୍କାଘର ଯୋଜନା ଏବଂ ୨୩୯ କୋଟି ଟଙ୍କା ଜଳସେଚନ ଭିତ୍ତିଭୂମି ଉନ୍ନୟନ ଲାଗି ବ୍ୟୟ ଅଟକଳ କରାଯାଇଛି ।

ରାଜ୍ୟ ଅର୍ଥମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଉପସ୍ଥାପନ କଲାପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ଆସନ୍ତା ଗୁରୁବାର ସକାଳ ୧୦:୩୦ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।

ଆଜି ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧି ବିଜେପି ବିଧାୟକମାନେ ଶିକ୍ଷକ ଆନ୍ଦୋଳନ ନେଇ ବିଭିନ୍ନ ସ୍ଲୋଗାନ ଦେବା ସହିତ ହଟ୍ଟଗୋଳ କରିଥିବା ଦେଖାଯାଇଥିଲା । ବିରୋଧି ଦଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ଦିନ ୧୨:୩୦ରେ ମୁଲତବୀ ରଖିଥିଲେ ।

Leave A Reply

Your email address will not be published.