ମୁମ୍ବାଇ: ଚର୍ଚ୍ଚାରେ ଅପକମିଂ ଫିଲ୍ମ ‘ଭୁଲଭୁଲେୟା-୨’ । ନିଦେ୍ର୍ଧଶକ ତଥା ଲେଖକ ଅନୀସ ବଜ୍ମୀଙ୍କ ଏହି ଫିଲ୍ମର ଲିଡ୍ ରୋଲରେ କାର୍ତ୍ତିକ ଆରୟନ୍ ନଜର ଆସିବେ । ତାଙ୍କ ସହ କମେଡିଆନ୍ ରାଜପାଲ ଯାଦବ ମଧ୍ୟ ନଜର ଆସିବେ । ଫିଲ୍ମ ‘ଭୁଲ୍ଭୁଲେୟା’ରେ ରାଜପାଲ ନିଜ କମେଡିରେ ଲୋକଙ୍କୁ ଖୁବ୍ ହସାଇଥିଲେ । ଦର୍ଶକ ଫିଲ୍ମରେ ତାଙ୍କ ଅଭିନୟକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହି ଫିଲ୍ମରେ ମଧ୍ୟ ତାଙ୍କୁ କମେଡିଆନ୍ ଭୂମିକାରେ ଦେଖିବାକୁ ମିଳିବ ।
‘ଭୁଲ୍ଭୁଲେୟା-୨’ ନେଇ ରାଜପାଲ କହିଛନ୍ତି, ମୋତେ ବହୁତ ଖୁସି ଲାଗୁଛି । ଦର୍ଶକଙ୍କୁ ବହୁତ ଧନ୍ୟବାଦ ଯେ ମୋର ରୋଲ୍କୁ ଏତେ ପସନ୍ଦ କରିଛନ୍ତି । ଏହି ଫିଲ୍ମକୁ ନେଇ ମୁଁ ବେଶ୍ ଉତ୍ସାହିତ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ‘ଭୁଲଭୁଲେୟା-୨’ ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ଭୁଲଭୁଲେୟା’ର ସିକ୍ଲେଲ । ହେଲେ ଏହାର କାହାଣୀ ପୂରା ଅଲଗା । ଏହି ଫିଲ୍ମର ଲିଡ୍ ରୋଲରେ କାର୍ତ୍ତିକ ଆରୟନ ଥିବା ବେଳେ ତାଙ୍କ ଅପଜିଟରେ କିଆରା ଆଡଭାନୀ ନଜର ଆସିବେ ।
BREAKING NEWS
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ

Comments are closed.