Latest Odisha News

BREAKING NEWS

ମିନାକ୍ଷୀ ମିଶ୍ରଙ୍କ ଆତ୍ମହତ୍ୟା ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ: ନିକଟ ଅତୀତରେ ବ୍ରହ୍ମପୁରରେ ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କର ଆତ୍ମହତ୍ୟା ଘଟଣାରେ ଓଡିଶା ପୋଲିସ ଡିଜି ଅଭୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଆଇଜି (ଆଧୁନିକିକରଣ) ରେଖା ଲୋହାନୀଙ୍କୁ ଏହି ଘଟଣାରେ ଯାଞ୍ଚ କରିବା ଲାଗି ଡିଜିପି କହିଛନ୍ତି । ଏହାବ୍ୟତିତ କେଉଁ କାରଣରୁ ସେ ଆତ୍ମହତ୍ୟା କରିଥିଲେ ବା ତାଙ୍କୁ ଏଥିପାଇଁ କିଏ ଚାପ ପକାଇଥିଲା । ତାହା ମଧ୍ୟ ତଦନ୍ତ ପରିସରରେ ରହିବ ବୋଲି ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୧୨ ତାରିଖରେ ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିନାକ୍ଷୀ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଘର ଆଗରେ ପାର୍କିଂକୁ ନେଇ ଜାନୁଆରୀ ୨୮ ତାରିଖରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ତାଙ୍କ ପୁଅ ରାଜା ମିଶ୍ରଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ମିନାକ୍ଷୀ ପ୍ରତିବାଦ ସ୍ୱରୂପ ସେ ନିଜ ଦେହରେ କିରୋସିନ ଢାଳି ଦେଇଥିଲେ ।

ପରବର୍ତ୍ତୀ ସମୟରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିବା ବେଳେ ତାଙ୍କ ଶରୀରର ୯୫ ପ୍ରତିଶତ ଭାଗ ପୋଡି ଯାଇଥିଲା ।

ବ୍ରହ୍ମପୁର ମେଡିକାଲରେ ବର୍ନ ୟୁନିଟ୍ ନଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଦୁଇ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କୁ ଗତ ଫେବୃଆରୀ ୧୪ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲକୁ ପଠାଇ ଦିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତ ଜାନୁଆରୀ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.