Latest Odisha News

BREAKING NEWS

ତମ୍ବାପାତ୍ର ପାଣି ଆପଣଙ୍କ ଶରୀର ଲାଗି କେତେ ଉପକାରୀ, ଜାଣନ୍ତୁ…

ଭୁବନେଶ୍ୱର: ମହାନ ଭାରତୀୟ ପରମ୍ପରା ଓ ସଂସ୍କୃତିରେ ପୁରାତନ କାଳରୁ ଯେଉଁ ସବୁ ପଦ୍ଧତି ଗୁଡ଼ିକ ରହିଛି ସେସମସ୍ତକୁ ଉପଯୋଗ କଲେ ଆମେ ଦୈନନ୍ଦିନ ଜୀବନରେ ଅନେକ ଉପକୃତ ହୋଇଥାଉ । ପୁରାତନ ଆୟୁର୍ବିଦ ଚିକିତ୍ସା ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି ଯାହାକୁ ପାଳନ କଲେ ଶାରୀରୀକ ଓ ମାନସିକ ସୁସ୍ଥତା ବଜାୟ ରଖିହେବ । ଆୟୁର୍ବେଦରେ ତମ୍ବାପାତ୍ରର ଜଳକୁ ବେଶ୍ ଗୁରୁତ୍ୱ ପ୍ରଦାନ କରାଯାଇଛି । ତମ୍ବାପାତ୍ରର ଜଳ ପିଇବା ଦ୍ୱାରା ଶରୀର ମଧ୍ୟସ୍ଥ ତିନୋଟି ଦୋଷ ଯଥାକ୍ରମେ ବାତ, ପିତ୍ତ ଓ କଫ ପରି ଦୋଷ ଗୁଡ଼ିକ ସୁନିୟନ୍ତ୍ରିତ ଅବସ୍ଥାରେ ରହିଥାଏ ।

ତମ୍ବାପାତ୍ରରେ ରହିଥିବା ଜଳ ଅଧିକ ସମୟ ରହିବା ଦ୍ୱାରା ଏହି ଜଳରେ ତମ୍ବା ଧାତୁ ମିଶ୍ରିତ ହୋଇଥାଏ । ଏହି ମିଶ୍ରଣ ପ୍ରକ୍ରିୟା ଦ୍ୱାରା ସୃଷ୍ଟ ଏହି ଜଳପାନ ଶରୀର ପକ୍ଷରେ ଅତ୍ୟନ୍ତ ଉପକାରୀ ହୋଇଥାଏ ।

ତମ୍ବାପାତ୍ରର ଜଳ ଶରୀର ମଧ୍ୟସ୍ଥ ସମସ୍ତ ପ୍ରକାର ନକାରାତ୍ମକ ଜୀବାଣୁକୁ ନଷ୍ଟ କରିଦେଇଥାଏ । ଏହି ଜଳ ପ୍ରକୃତରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ତମ୍ବାପାତ୍ରର ଜଳ ପିଇବା ଦ୍ୱାରା ଶରୀରର ସମସ୍ତ କୋଷ ଓ ଗ୍ରନ୍ଥି ଗୁଡ଼ିକ ସୁସ୍ଥତା ବଜାୟ ରଖିଥାଆନ୍ତି ।

ତମ୍ବାପାତ୍ର ଜଳରୁ ମିଳୁଥିବା ଉପକାର:

  • ମସ୍ତିଷ୍କର ସୁସ୍ଥତା ବଜାୟ ରଖିଥାଏ
  • ଥାଇରଏଡ଼ ଗ୍ରନ୍ଥିକୁ ସୁନିୟନ୍ତ୍ରୀତ କରିଥାଏ
  • ଶରୀର ମଧ୍ୟସ୍ଥ ହାଡ଼କୁ ମଜବୁତ କରିଥାଏ
  • ଗଣ୍ଠିବାତ ଓ ଆଣ୍ଠୂ ଜନିତ ଯନ୍ତ୍ରଣାରୁ ଉପଶମ ମିଳିଥାଏ
  • ତ୍ୱଚ୍ଚା ସୁନ୍ଦର ରହିବା ସହିତ ଚର୍ମ ଚିକ୍କଣ ରହେ
  • ଏହା ପ୍ରଜନନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୁଏ

ତମ୍ବାପାତ୍ର ବଜାରରେ ଉପଲବ୍ଧ ହେଉଛି । ଆପଣ ଜଳପାନ କରିବା ଲାଗି ହେଉ କିମ୍ବା ଢାଳ କିଣି ପାଖରେ ରଖିପାରିବେ । ପ୍ଲାଷ୍ଟିକ ବୋତଲ କିମ୍ବା ଷ୍ଟିଲ ଗ୍ଲାସ ଅପେକ୍ଷା ତମ୍ବା ପାତ୍ରର ଜଳ ଶରୀର ପକ୍ଷରେ ଅଧିକ ଉପକାରୀ ହୋଇଥିବାରୁ ଏବେ ଏହା ଅଧିକ ଜନପ୍ରିୟତା ହାସଲ କରିପାରିଛି ତଥା ତମ୍ବା ପାତ୍ରର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

Leave A Reply

Your email address will not be published.