Latest Odisha News

BREAKING NEWS

ଦିନ ୧୧ଟା ସୁଦ୍ଧା ଓଡ଼ିଶାର ଏହିସବୁ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର: ଓଡ଼ିଶାର ୧୭ଟି ଜିଲ୍ଲାରେ ଆଗାମୀ କିଛି ଘଣ୍ଟା ମଧ୍ୟରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହିସବୁ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସହିତ ବଜ୍ରପାତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, କନ୍ଧମାଳ, କଟକ, ମୟୁରଭଞ୍ଜ, ଯାଜପୁର, ଜଗତସିଂହପୁର ଓ ବରଗଡ଼  ଜିଲ୍ଲାରେ ଝଡ଼ବର୍ଷା ସହିତ ବଜ୍ରପାତ ହେବ । ଏପରିକି କିଛି ସ୍ଥାନରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବାର ସୂଚନା ପାଣିପାଗ ବିଭାଗ ସତର୍କ ସୂଚନା ପ୍ରଦାନ କରିଛନ୍ତି ।

ପାଣିପାଗ ବିଭାଗର ଏହି ସୂଚନାନୁଯାୟୀ, ମଙ୍ଗଳବାର ଦିନ ୧୧ଟା ୩୦ମି. ମଧ୍ୟରେ ଏହି ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.