Latest Odisha News

BREAKING NEWS

ଆସନ୍ତାକାଲି ନବୀନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବିଜେଡ଼ି ରାଜ୍ୟ ପରିଷଦ ବୈଠକ

ଭୁବନେଶ୍ୱର: ଆସନ୍ତାକାଲି (ଫେବୃଆରୀ ୨୬) ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେଉଥିବା ଏହି ଦଳୀୟ ବୈଠକରେ ଅଧ୍ୟକ୍ଷତା କରିବେ ପାର୍ଟି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଦିନ ସକାଳ ୮ଟା ୩୦ ମିନିଟ ସମୟରେ ଏହି ବୈଠକ ଅନୁଷ୍ଠିତ ହେବ ।

ଏହି ବୈଠକରେ ସମସ୍ତ ରାଜ୍ୟ ପରିଷଦ ସଦସ୍ୟମାନେ ଯୋଗଦେବା ସହିତ ଏଥିରେ ଦଳର ସମସ୍ତ ବରିଷ୍ଠ ନେତାମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ଦଳର ଉଭୟ ରାଜ୍ୟସଭା ଏବଂ ଲୋକସଭାର ସମସ୍ତ ନିର୍ବାଚିତ ସଦସ୍ୟ, ସମସ୍ତ ବିଧାୟକ, ଜିଲ୍ଲା ପରିଷଦ ସଭାପତି, ବିଜୁ ଜନତା ଦଳର ସମସ୍ତ ଉପସଭାପତି, କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ, ବିଜୁ ମହିଳା ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତା, ବିଜୁ ଛାତ୍ର ଜନତା ଦଳ, ବିଜୁ ଯୁବ ଜନତା ଦଳ ଏବଂ ଛାମୁଆ ବାହିନୀ ଏହି ବୈଠକରେ ଅଂଶଗ୍ରହଣ କରିବେ ।

ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ବୈଠକ ସମ୍ପର୍କରେ ବିଜେଡ଼ି ସାଧାରଣ ସମ୍ପାଦକ (ହେଡ଼କ୍ୱାର୍ଟର) ସଞ୍ଜୟ ଦାସବର୍ମା ଜଣାଇଛନ୍ତି ।

Leave A Reply

Your email address will not be published.