ଭୁବନେଶ୍ୱର: ବିଶ୍ବ ସ୍ତରରେ ବ୍ୟାପୁଥିବା କରୋନା ଭାଇରସକୁ ଦେଖି ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ଏପର୍ଯ୍ୟନ୍ତ ଏହି ଭାଇରସ ଯୋଗୁଁ ପାଖାପାଖି ୩୦୦୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ରୁ ଅଧିକ ଦେଶକୁ ଏହା ସ୍ୱର୍ଶ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡସ ଆଡନମ ଗୈବରେସସ କହିଛନ୍ତି, “ଆମେ ଏବେ ଗ୍ଲୋବାଲ ସ୍ତରରେ କରୋନା ଭାଇରସ ପ୍ରଚାର ଓ ପ୍ରଭାବକୁ ଉଚ୍ଚ ଶ୍ରେଣୀରେ ରଖିଛୁ” ।
ମେକ୍ସିକୋ ସିଟିରେ ମଧ୍ୟ କରୋନା ଭାଇରସ ପହଞ୍ଚିଛି । ଏଠାରେ ୨ଜଣଙ୍କୁ କରୋନା ଭାଇରସ ସ୍ପର୍ଶ କରିଥିବା ଜଣାଯାଇଛି । ପୂର୍ବରୁ ଗୋଟିଏ ପରିବାରର ଲୋକଙ୍କୁ ୫ଟି ଭିନ୍ନ ଭିନ୍ନ ସ୍ଥାନରେ ରଖାଯାଇଥିଲା । ପରିବାରର କେହି ଜଣେ ବ୍ୟକ୍ତି ଇଟାଲି ଗସ୍ତ କରିଥିଲେ ଏବଂ ଫେରିବା ବେଳେ କରୋନା ସଂକ୍ରମଣର ସଂସ୍ପର୍ଶରେ ଆସିଥିଲେ ।
ଜର୍ମାନୀର ନର୍ଥରାଇଡ-ଭେଷ୍ଟଫେଲିଆରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୫୦ରେ ପହଞ୍ଚିଛି । ପାଖାପାଖି ୧୦୦୦ ଲୋକଙ୍କ ନିକଟରେ ସଂକ୍ରମଣ ଥିବା ସଂଦେହରେ ସେମାନଙ୍କୁ ସ୍ୱତନ୍ତ୍ର ଏକ ସ୍ଥାନରେ ରଖାଯାଇଛି । ସଂଦେହ ଘେରରେ ଥିବା ଲୋକେ ଏକ ସମାରୋହରେ ଭାଗ ନେଇଥିଲେ । ଫଳରେ ସେମାନେ ସଂକ୍ରମଣ ଶିକାର ହୋଇଥାଇପାରନ୍ତି ବୋଲି ସଂଦେହ କରାଯାଉଛି ।
ଏହାର ପ୍ରଭାବରେ ବିଦେଶୀ ବଜାରରେ ଏହାକୁ ନେଇ ସଂକଟ ସୃଷ୍ଟି ହୋଇଛି ।
Comments are closed.