ଭୁବନେଶ୍ୱର: ଭାରତରେ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶାରେ ଏନେଇ ଆତଙ୍କ ସୃଷ୍ଟି ହୋଇଛି । ତେବେ ଓଡ଼ିଶାକୁ କରୋନା ଭୟ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କରୋନା ଭାଇରସ ନେଇ ସତର୍କ ଅଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି । ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରରେ କଡା ନଜର ରଖାଯାଇଛି । ଓଡ଼ିଶା ସରକାର ଓ ସ୍ୱାସ୍ଥ୍ୟ ବିଭାଗ କରୋନା ମୁକାବିଲା ପାଇଁ ପୁରାପୁରି ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଯଦି କାହାକୁ ଏହି ଭୂତାଣୁ ସଂକ୍ରମିତ ହେବା ନେଇ ସନ୍ଦେହ ହୁଏ ତେବେ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କରୋନା ଭାଇରସକୁ ନେଇ ଯେପରି ରାଜ୍ୟରେ କେହି ସଂକ୍ରମିତ ନହୁଅନ୍ତୁ ସେ ନେଇ ସତର୍କ ରହିବାକୁ କୁହାଯାଇଛି । ସମସ୍ତ ବିମାନ ବନ୍ଦର, ରେଳବାଇ କର୍ତ୍ତୃପକ୍ଷ ଏବଂ ପରାଦୀପ ବନ୍ଦରକୁ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏବେ ସୁଦ୍ଧା କୌଣସି ସନ୍ଦିଗ୍ଧଙ୍କ ରିପୋର୍ଟ ପଜିଟିଭ ଆସି ନାହିଁ । ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
BREAKING NEWS
- ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
- ମତଦାନ ବୁଥର ଶୌଚାଳୟ ଭିତରୁ ଉଦ୍ଧାର ହେଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ
- ମହାପ୍ରଭୁଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ସମ୍ବିତ, ପ୍ରାୟଶ୍ଚିତ ପାଇଁ ୩ ଦିନ ଉପବାସ ରହିବେ
- ପ୍ୟାକେଜିଂ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ହୁହୁ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
- ଭୋଟ ଦେବାକୁ ସୁଯୋଗ ପାଉନାହାଁନ୍ତି ନିର୍ବାଚନ କାର୍ଯ୍ୟରେ ଥିବା ପୋଲିସ କର୍ମଚାରୀ, କୋର୍ଟର ଦ୍ୱାରସ୍ଥ ହେବ କଂଗ୍ରେସ
- ଇରାନର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲ ଉପରାଷ୍ଟ୍ରପତି ମୁଖବେର, ଜୁନ୍ ୨୮ରେ ରାଷ୍ଟ୍ରପତି ନିର୍ବାଚନ
- ଟଳିଯିବ ବାତ୍ୟା ଆଶଙ୍କା, ଅବପାତ ହୋଇ ମିଆଁମାର ଯିବ !
- ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁପରେ ଖୁସିରେ ସେଲିବ୍ରେସନ କଲେ ଇରାନବାସୀ
- ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ
- ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ: ସମ୍ବଲପୁର, ନୟାଗଡ଼ ଓ କେନ୍ଦୁଝରରେ କରିବେ ପ୍ରଚାର